ଓଡିଶାଲାଇଭ୍ ବ୍ୟୁରୋ

ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟା ୩୦ରେ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯିବ।

ଛାତ୍ରଛାତ୍ରୀମାନେ www.orissaresults.nic.in ଓ୍ଵେବ୍‌ସାଇଟ୍‌ରେ ନିଜ ରେଜଲ୍ଟ ଦେଖିପାରିବେ। ରାଜ୍ୟରେ ଚଳିତବର୍ଷ ମୋଟ ୯୭,୫୩୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଏଥିସହ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନକୁ ମିଶାଇ ମୋଟ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।କରୋନା କଟକଣା ଯୋଗୁଁ ଏବର୍ଷ ପରୀକ୍ଷା ଖାତା ଦେଖା ବାଧାପ୍ରାପ୍ତ ହୋଇଥିଲା। ତେଣୁ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଥିଲା। ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ବାଣିଜ୍ୟ ଏବଂ ଅଗଷ୍ଟ ଶେଷ ସପ୍ତାହରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

Comment