ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିଜିଲାନ୍ସ ଜାଲରେ ବଡ଼ ଅଫିସର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ଵତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଡ଼ାଉ କରିଛି।

ଟଙ୍କପାଣି ରୋଡ୍ ରତ୍ନାକରବାଗସ୍ଥିତ ତାଙ୍କ ବାସଭବନ, ଭୁବନେଶ୍ଵର ନୂଆଗାଁ ଆଉଟ୍ ହାଉସ୍ ଏବଂ ପଟିଆ ଫ୍ଲାଟରେ ରେଡ୍ କରିଛି ଭିଜିଲାନ୍ସ। ଏହାସହ ବାଲେଶ୍ଵରରେ ଥିବା ତାଙ୍କର ଦୁଇମହଲା ଘର ଉପରେ ମଧ୍ୟ ରେଡ୍ ହୋଇଛି। ଭୁବନେଶ୍ଵର ଭିଜିଲାନ୍ସ ଡିଭିଜନର ଓ୍ଵାରେଣ୍ଟ୍ ବଳରେ ତାଙ୍କ ଘରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

ଭିଜିଲାନ୍ସର ପାଞ୍ଚଟି ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛି। ଚଢ଼ାଉ ପରେ ସ୍ଵତନ୍ତ୍ର ସଚିବ ଅଜୟ ଦାସଙ୍କ ନାଁରେ ଭୁବନେଶ୍ଵରରେ ଦୁଇଟି ଫ୍ଲାଟ୍ ଏବଂ ପୁରୀରେ ଗୋଟିଏ ଫ୍ଲାଟ୍ ରହିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ଵତନ୍ତ୍ର ସଚିବ ଥିଲେ ଅଜୟ କୁମାର ଦାସ। ଆଗାମୀ ଦୁଇ ମାସପରେ ଅବସର ନେଇଥାନ୍ତେ ସେ।

Comment