ଓଡିଶାଲାଇଭ୍ ବ୍ୟୁରୋ

ଦେଶରେ ସଚ୍ଚୋଟ କରଦାତାଙ୍କ ପାଇଁ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିଛନ୍ତି କେନ୍ଦ୍ର ସରକାର। ଆଜି ‘ଟ୍ରାନ୍ସପରେଣ୍ଟ ଟ୍ୟାକ୍ସେସନ- ଅନରିଂ ଦି ଅନେଷ୍ଟ’ ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପଣ କରିଛନ୍ତି। ଆଜିଠୁ ଦେଶରେ ଫେସ୍‌ଲେସ୍ ଟ୍ୟାକ୍ସ ସିଷ୍ଟମ ଆରମ୍ଭ ହେବ ବୋଲି ମୋଦୀ କହିଛନ୍ତି।ଏହି ବ୍ୟବସ୍ଥାର ଲୋକର୍ପଣ କରି ଦେଶବାସୀଙ୍କୁ ସମ୍ଵୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରାଷ୍ଟ୍ର ନିର୍ମାଣରେ ଟିକସଦାତାଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନିତ କଲେ ଦେଶ ଆଗକୁ ବଢ଼ିବ। ଏହି ନୂଆ ନିୟମ ଟିକସଦାତାଙ୍କୁ ଭୟମୁକ୍ତ କରିବ।

ସାଧାରଣତଃ ଆୟକର ଟିକସ ବ୍ୟବସ୍ଥାରେ ସରକାରଙ୍କ ଅଧିକ ହସ୍ତକ୍ଷେପ ରହିଥାଏ। ମାତ୍ର ଏହି ନୂତନ ବ୍ୟବସ୍ଥାରେ ସରକାରଙ୍କ ହସ୍ତକ୍ଷେପ କମ୍ ରହିବ। ମିନିମମ୍ ଗଭର୍ଣ୍ଣମେଣ୍ଟ, ମ୍ୟାକ୍ସିମମ୍ ଗଭରନାନ୍ସର ସୁବିଧା ଆଧାରରେ ଏହି ବ୍ୟବସ୍ଥା କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ଆଜିଠାରୁ ଦେଶରେ ଟ୍ୟାକ୍ସ ଚାର୍ଟର୍ ଆରମ୍ଭ ହେବ। ଏଥିସହ ଫେସ୍‌ଲେସ୍ ହେବ ଦେଶର ଟ୍ୟାକ୍ସ ବ୍ୟବସ୍ଥା। ସେପ୍ଟେମ୍ଵର ୨୫ ତାରିଖରୁ ଏନେଇ କରଦାତାମାନେ ଆନୁଷ୍ଠାନିକ ଭାବେ ଆବେଦନ କରିପାରିବେ। ଯେତବେଳେ ଜଣେ ସଚ୍ଚୋଟ କରଦାତାର ଜୀବନ ପ୍ରଣାଳୀରେ ସୁଧାର ଆସିବ, ସେ ଆଗକୁ ବଢ଼ିବ ଏବଂ ତା ସହ ଦେଶ ମଧ୍ୟ ଆଗକୁ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comment