ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସ୍ଵତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ବିଭିନ୍ନ ବାସଭବନରେ ଚଢ଼ାଉ କରାଯାଇଥିଲା।BGU

ବର୍ତ୍ତମାନ ସୁଦ୍ଧା ତାଙ୍କ ପାଖରୁ ପ୍ରାୟ ୩ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ମିଳିଥିବାର ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଏବେ ମଧ୍ୟ ତଦନ୍ତ ପ୍ରକ୍ରିୟା ଜାରି ରହି ଅଧିକ ଖୋଳତାଡ଼ କରାଯାଉଛି।

ଭଜିଲାନ୍ସର ପାଞ୍ଚଟି ଟିମ୍ କାଲି ଟଙ୍କପାଣି ରୋଡ୍ ରତ୍ନାକରବାଗସ୍ଥିତ ତାଙ୍କ ବାସଭବନ, ଭୁବନେଶ୍ଵର ନୂଆଗାଁ ଆଉଟ୍ ହାଉସ୍ ଏବଂ ପଟିଆ ଫ୍ଲାଟରେ ଚଢ଼ାଉ କରିଥିଲା।

‘‘ଚାକିରି ସରିବାର ଦୁଇ ମାସ ପୂର୍ବରୁ ତାଙ୍କୁ ଫସାଇ ଦିଆଯାଇଛି, ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ଏଥିରେ ହାତ ରହିଛି’’, ଗିରଫ ପରେ ଏଭଳି କହିଛନ୍ତି ଅଜୟ ଦାସ।

Comment