ଓଡିଶାଲାଇଭ୍ ବ୍ୟୁରୋ

କଟକ: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଦୀପ୍ତ ସେଠୀ ଇତିମଧ୍ୟରେ ଜେଲ୍‌ରେ ୭ ବର୍ଷ କଟାଇ ସାରିଲେଣି। ଧାର୍ଯ୍ୟ ସମୟ ଅନୁସାରେ ସଜା କାଟି ସାରିଥିଲେ ମଧ୍ୟ ତାଙ୍କୁ ଜେଲ୍‌ରୁ ମୁକ୍ତି ମିଳିନାହିଁ। ତାଙ୍କୁ ଜେଲ୍‌ରୁ ମୁକ୍ତ କରିବା ଲାଗି ରୁଜୁ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଥିଲେ ମଧ୍ୟ ସରକାର ଜବାବ ଦାଖଲ କରିପାରିନାହାନ୍ତି। ଫଳରେ ମାମଲାର ଶୁଣାଣି ସେପ୍ଟେମ୍ବର ୩ ତାରିଖକୁ ଧାର୍ଯ୍ୟ ହୋଇଛି।

ଲୋକଙ୍କଠାରୁ ଚିଟ୍‌ଫଣ୍ଡ୍ ଜରିଆରେ କୋଟିକୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ସିବିଆଇ କୋର୍ଟ ପ୍ରଦୀପ୍ତ ସେଠୀଙ୍କୁ ୭ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ। ରାଜ୍ୟ ସରକାର ପ୍ରଦୀପ୍ତ ସେଠୀଙ୍କ ସମ୍ପତ୍ତିକୁ ମଧ୍ୟ ବାଜ୍ୟାପ୍ତି କରିଥିଲେ। କିନ୍ତୁ ପ୍ରଦୀପ୍ତ ଧାର୍ଯ୍ୟ ସମୟ ଜେଲ୍‌ରେ କଟାଇ ସାରିଥିବା ବେଳେ ତାଙ୍କୁ ଛଡ଼ା ଯାଉନାହିଁ ବୋଲି ଦର୍ଶାଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।BGUହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ବି.ଆର୍. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି।ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନ୍‌ଗୋ ମାମଲା ପରିଚାଳନା କରୁଥିବା ବେଳେ ତାଙ୍କୁ ଏଥିରେ ଆଇନଜୀବୀ ସୌମ୍ୟ ମହାନ୍ତି ସହଯୋଗ କରୁଥିଲେ।

LEAVE A REPLY

Please enter your comment!
Please enter your name here