ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶରେ ଦିନକୁ ଦିନ ସଂଘାତିକ ହେଉଛି କରୋନା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ମହାମାରୀ ୧୫ ଦିନ ଭିତରେ ଯୋଗୀ ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ଜୀବନ ନେଇସାରିଲାଣି।

ଜଣେ ହେଲେ ଚେତନ ଚୌହାନ ଓ ଆଉ ଜଣେ କମଳା ରାଣୀ ବରୁଣ। ଉଭୟ ଉତ୍ତରପ୍ରଦେଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ। ଚେତନ ଚୌହାନଙ୍କ ରବିବାର ମୃତ୍ୟୁ ଘଟିଥିଲା। ସେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ମାସରେ ସେ ସଂକ୍ରମିତ ହୋଇଥିଲେ। ଚେତନ ଚୌହାନ ଜଣେ କ୍ରିକେଟର ମଧ୍ୟ ଥିଲେ। ଟିମ୍‌ ଇଣ୍ଡିଆ ପାଇଁ ସେ ଅନେକ ମ୍ୟାଚ ଖେଳିଥିଲେ।

BGU

ଏହାପୂର୍ବରୁ ଅଗଷ୍ଟ ୨ରେ କମଳା ରାଣୀ ବରୁଣଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ କମଳା ରାଣୀଙ୍କୁ ୬୨ ବର୍ଷ ବୟସ ହୋଇଥିଲା। କମଳା ରାଣୀ ଗତ ଜୁଲାଇ ୧୮ରୁ କରୋନାରେ ସଂକ୍ରମିତ ହୋଇ ଲକ୍ଷ୍ନୌର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜି ଦେଇଥିଲେ।

Comment