ଓଡିଶାଲାଇଭ୍ ବ୍ୟୁରୋ

ଭାରତରେ ଥିବା ଲାଲକିଲ୍ଲା ବିଷୟରେ ଆପଣମାନେ ସମସ୍ତେ ଜାଣିଥିବେ। ଏହା ଭାରତର ଏକ ଐତିହ୍ୟ ସ୍ଥଳ ବୋଲି ମଧ୍ୟ ଗ୍ରହଣ କରାଯାଇଥାଏ। ତେବେ ପାକିସ୍ତାନରେ ମଧ୍ୟ ଏକ ଲାଲକିଲ୍ଲା ଅଛି।ଯାହା ବିଷୟରେ ଖୁବ୍ କମ ଲୋକ ଜାଣିଥିବେ।

ପାକିସ୍ତାନର ଇସାଲାମାବାଦ ନିକଟସ୍ଥ ମୁଜଫରାବାଦରେ ଏହି କିଲ୍ଲା ଦେଖିବାକୁ ମିଳିଥାଏ। ଏହାକୁ ମୁଜଫରାବାଦ୍ ଫୋର୍ଟ କିମ୍ବା ରଟ୍ଟା କିଲ୍ଲା ବୋଲି ମଧ୍ୟ କୁହାଯାଏ।

ଚକ ବଂଶର ଶାସକମାନେ ମୋଗଲମାନଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ଏହି କିଲ୍ଲାର ନିର୍ମାଣ କରିଥିଲେ। ୧୫୫୯ ମସିହାରେ ଏହି କିଲ୍ଲାର ନିର୍ମାଣ କାମ ଆରମ୍ଭ ହୋଇଥିଲା। ତେବେ ୧୫୮୭ ମସିହା ବେଳକୁ ଏହାକୁ ମୋଗଲ ଶାସକମାନେ କବଜା କରିଦେଇଥିଲେ। ଏହାପରେ ଏହାର ନିର୍ମାଣ ନେଇ ଆଉ କୌଣସି କାର୍ଯ୍ୟ ହୋଇନଥିଲା। ଶେଷରେ ୧୬୪୬ ମସିହା ବେଳକୁ ଏହାର ନିର୍ମାଣ କାମ ଶେଷ ହୋଇଥିଲା।BGU

ତେବେ ସମୟ ଗଡ଼ିବା ସହିତ ଏହି ଦୁର୍ଗ ଧୀରେ ଧୀରେ ଅବହେଳିତ ହେବାରେ ଲାଗିଥିଲା। ଆଜି ବି ଏହି ଦୁର୍ଗ ପାକିସ୍ତାନରେ ଅଛି ହେଲେ ତାହା ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ  ରହିଛି।

Comment