ଓଡ଼ିଶାଲାଇଭ୍‌ ବ୍ୟୁରୋRhea-Sushant

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଖୋଳତାଡ କରୁଛି ସିବିଆଇ। ତଦନ୍ତର ଚତୁର୍ଥ ଦିନରେ ସିଦ୍ଧାର୍ଥ ପିଠାନିଙ୍କୁ ପଚରାଉଚରା ଚାଲିଛି। ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସିବିଆଇ ନୋଟିସ ପଠାଇଛି। ରିୟାଙ୍କ ସମେତ ତାଙ୍କ ବାପା ଇନ୍ଦ୍ରଜିତ, ମା’ ସନ୍ଧ୍ୟା ଓ ଭାଇ ସୌଭିକଙ୍କୁ ବି ଜେରା କରିପାରେ ସିବିଆଇ।

ପ୍ରଥମ ପଯ୍ୟାୟରେ ରିୟା ଓ ସୁଶାନ୍ତଙ୍କ ସମ୍ପର୍କ, ଜୁନ୍‌ ୮ ର ଘଟଣା ଓ ସୁଶାନ୍ତଙ୍କ ବାପା ରିୟାଙ୍କ ବିରୋଧରେ ଆଣିଥିବା ଅଭିଯୋଗର ଖୋଳତାଡ଼ ହେବ।BGU

ଅନ୍ୟପକ୍ଷରେ ଏମ୍ସରୁ ଆଜି ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିପାରେ। ଏମ୍ସର ବିଶେଷଜ୍ଞ ଟିମ୍‌ ଏହି ରିପୋର୍ଟ ହସ୍ତାନ୍ତର କରିପାରନ୍ତି।

ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ମୁମ୍ବାଇ ପୋଲିସ ଉପରେ ପ୍ରଶ୍ନ ଉଠିଥିଲା। ରିପୋର୍ଟରେ ମୃତ୍ୟୁର କାରଣ ସଠିକ ସମୟ ନଥିବା ଅଭିଯୋଗ ହୋଇଥିଲା। ଏହାପରେ ଯାଞ୍ଚ ପାଇଁ ଏମ୍ସକୁ କୁହାଯାଇଥିଲା। ତେବେ ଏମ୍ସ ଆଜି କ’ଣ ନୂଆ ରିପୋର୍ଟ ଦେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

Comment