ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆରେ ଅନେକ ସ୍ଥାନ ଅଛି, ଯାହା ଅନେକ ରହସ୍ୟକୁ ଧାରଣ କରିଥାଏ। ସେହି ସ୍ଥାନଗୁଡିକ ମଧ୍ୟରୁ ଗୋଟିଏ ହେଉଛି ମେକ୍ସିକୋର ୟୁକାଟାନ୍ ଅଞ୍ଚଳରେ ନିର୍ମିତ ପିରାମିଡ୍। ଏହି ପିରାମିଡର ନାମ ହେଉଛି ‘ଚିଚେନ୍ ଇଟଜା ଚିର୍ପ’, ମେକ୍ସିକୋର ସବୁଠାରୁ ରହସ୍ୟମୟ କଳାକୃତି ଭାବେ ଏହା ପରିଚିତ।

ଏହି ପରାମିଡର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏଠାରେ ଲୋକେ ତାଳି ମାରିଲେ ଏକ ଶବ୍ଦ ପ୍ରତିଫଳିତ ହୁଏ। ଏହି ଶବ୍ଦ ଚଢ଼େଇ ବୋବାଇଲା ଭଳି ଶୁଭେ। BGU

କେବଳ ଏତିକି ନୁହେଁ, ଯଦି ଅନେକ ଲୋକ ଏକାସାଙ୍ଗରେ କରତାଳି ଦିଅନ୍ତି ତେବେ ବିଭିନ୍ନ ପକ୍ଷୀଙ୍କ ସ୍ୱର ଶୁଭେ। ଏହାର ରହସ୍ୟ ଜାଣିବା ପାଇଁ ଅନେକ ଧ୍ୱନି ବିଶେଷଜ୍ଞ ଗବେଷଣା ମଧ୍ୟ କରିଛନ୍ତି। କିନ୍ତୁ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହାନ୍ତି। ତାଳି ମାରିଲେ କାହିଁକି ଏଭଳି ଶବ୍ଦ ହୁଏ ତାହା ଏବେ ବି ରହସ୍ୟ ହୋଇ ରହିଛି।

Comment