ଓଡ଼ିଶାଲାଇଭ୍ ବ୍ୟୁରୋ

ମହଙ୍ଗା ହେବ ଇଣ୍ଟରନେଟ୍। ଏଣିକି ଗୋଟେ ଜିବି ଡାଟା ପାଇଁ ଗ୍ରାହକମାନଙ୍କୁ ଦେବାକୁ ପଡ଼ିବ ଶତାଧିକ ଟଙ୍କା। ଏୟାରଟେଲ୍ ତାର ଇଣ୍ଟରନେଟ୍ ଡାଟା ଦାମରେ ବୃଦ୍ଧି କରିବ। ତେବେ ଡାଟାର ଏହି ମହଙ୍ଗା ଦର ଆଗାମୀ ପାଞ୍ଚରୁ ଛ’ଅ ମାସ ମଧ୍ୟରେ ଲାଗୁ ହୋଇପାରେ। ଏୟାରଟେଲର ଏକ ଇଭେଣ୍ଟ କାର୍ଯ୍ୟକ୍ରମରେ ଚେୟାରମ୍ୟାନ୍ ସୁନୀଲ ଭାରତୀ ମିତ୍ତଲ ଏହି ସୂଚନା ଦେଇଛନ୍ତି।“ଟେଲିକମ୍ କମ୍ପାନିଗୁଡିକ ଦୀର୍ଘଦିନ ଧରି ସ୍ୱଳ୍ପ ମୂଲ୍ୟରେ ଇଣ୍ଟରନେଟ୍ ସେବା ଯୋଗାଇବା ପ୍ରାକ୍ଟିକାଲ୍ ନୁହେଁ। ଆଗକୁ ଅଧିକ ଦାମ୍ ଭରଣା ପାଇଁ ପ୍ରସ୍ତୁତ ରୁହନ୍ତୁ”, କହିଛନ୍ତି ସୁନୀଲ ମିତ୍ତଲ।BGUସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୬୦ ଟଙ୍କାରେ ୧୬ ଜିବି ଡାଟା ଦେବା ବ୍ୟବସାୟ ପାଇଁ ଏକ ଟ୍ରାଜେଡି ଅଟେ। ମିତ୍ତଲଙ୍କ ଏଭଳି ବୟାନ ପରେ ଏୟାରଟେଲ୍ ଇଣ୍ଟରନେଟ୍ ଦାମ ବୃଦ୍ଧି ହେବ ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ଏୟାରଟେଲ୍ ଦୈନିକ ୧ ଜିବି ଡାଟା ଆଧାରରେ ୨୪ ଦିନକୁ ୧୯୯ ଟଙ୍କା ଚାର୍ଜ କରୁଛି। ଯହି ଏହି ନୂଆ ନିୟମକୁ ଦେଖାଯାଏ ତେବେ ଏହା ୨୪ ଦିନକୁ ୨.୪ ଜିବି ହେଇଯିବ।

Comment