ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଷ୍ଟାର ଅନୁଷ୍କା ଶର୍ମା ଏବଂ କ୍ରିକେଟ ଷ୍ଟାର ବିରାଟ କୋହଲିଙ୍କ ଘରକୁ ଖୁବଶୀଘ୍ର ଜଣେ ନୂଆ ଅତିଥି ଆସିବେ। ଏହି ଅତିଥି ହେଉଛନ୍ତି ସେମାନଙ୍କ ପ୍ରଥମ ସନ୍ତାନ। ତେବେ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ବିରାଟ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ଏହି ଖୁସି ଖବର ସମସ୍ତଙ୍କ ସହ ସେୟାର କରିଛନ୍ତି।

ଜାନୁଆରିରେ ଉଭୟ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବେ ବୋଲି କ୍ୟାପସନରେ ଲେଖିଛନ୍ତି ବିରାଟ। ଏହି ପୋଷ୍ଟ ପରେ ବଲିଉଡଠାରୁ ଆରମ୍ଭ କରି କ୍ରିକେଟ ଜଗତ ପର୍ଯ୍ୟନ୍ତ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଂଶସକମାନେ ମଧ୍ୟ ସୋସିଆଲ ମିଡିଆରେ ବିରାଟ ଅନୁଷ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।BGU

୨୦୧୭ ମସିହାରେ ବିରାଟ ଅନୁଷ୍କା ଇଟାଲିରେ ବିବାହ କରିଥିଲେ। ବିବାହର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହୋଇଥିଲା।

Comment