ଓଡ଼ିଶାଲାଇଭ୍ ବ୍ୟୁରୋ

ଅନଲକ୍-୪.୦ ନେଇ ଗାଇଡଲାଇନ୍ ଜାରି କଲେ କେନ୍ଦ୍ର ସରକାର। ଜାଣନ୍ତୁ,ଗାଇଡଲାଇନ୍…

  • କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାର କଟକଣା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜାରିରହିବ
  • ସେପ୍ଟେମ୍ବର ୭ରୁ ଦେଶରେ ମେଟ୍ରୋ ଟ୍ରେନ୍ ଚଳାଚଳକୁ ଅନୁମତି
  • ସାମାଜିକ, ଶୈକ୍ଷିକ, କ୍ରୀଡ଼ା, ସାଂସ୍କୃତିକ, ଧର୍ମୀୟ, ମନୋରଞ୍ଜନ ଓ ରାଜନୈତିକ ସମାବେଶକୁ ଅନୁମତି
  • ସେପ୍ଟେମ୍ବର ୨୧ରୁ ସର୍ବାଧିକ ୧୦୦ ଲୋକ ଏକାଠି ହୋଇପାରିବେ, ମାସ୍କ ଓ ସାମାଜିକ ଦୂରତା କିନ୍ତୁ ବାଧ୍ୟତାମୂଳକ
  • ସେପ୍ଟେମ୍ବର ୨୧ରୁ ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବାକୁ ଅନୁମତି ମିଳିଲା

BGU

  • ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ୍, କଲେଜ ଓ ଶିକ୍ଷାନୁଷ୍ଠାନ
  • ଅନଲାଇନ୍ ଶିକ୍ଷାଦାନ ଚାଲୁରହିବ, ଏହାକୁ ଅଧିକ ପ୍ରୋତ୍ସାହିତ କରାଯିବ
  • ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ମାର୍ଗଦର୍ଶନ ପାଇଁ ସ୍କୁଲକୁ ଯାଇପାରିବେ
  • ସିନେମା ହଲ୍, ସୁଇମିଂ ପୁଲ, ପାର୍କ ଆଦି ଏବେ ଖୋଲିବନି
  • ଅନ୍ତର୍ଜାତୀୟ ଉଡ଼ାଣକୁ ମଧ୍ୟ ବର୍ତ୍ତମାନ ପାଇଁ ଅନୁମତି ଦିଆଯାଇନି

Comment