ଓଡ଼ିଶାଲାଇଭ୍ ବ୍ୟୁରୋ
- ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ଜାରିହେବନି ଲକଡାଉନ୍ ଓ ସଟଡାଉନ୍
- ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ତାରିଖ ରାଜ୍ୟରେ ରହିବନି ଲକଡାଉନ୍
- ସେପ୍ଟେମ୍ବର ୧୨ରୁ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ମଧ୍ୟ ଲାଗୁହେବନି ଲକଡାଉନ୍
ରାଜ୍ୟରେ ଲକଡାଉନ୍ ଓ ସଟଡାଉନ୍ କଟକଣାକୁ ସାମୟିକ ଭାବେ କୋହଳ କରିଛନ୍ତି ରାଜ୍ୟ ସରକାର। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ତାରିଖ ଏବଂ ସେପ୍ଟେମ୍ବର ୧୨ରୁ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଲକଡାଉନ୍ କିମ୍ବା ସଟଡାଉନ୍ ଲାଗୁହେବ ନାହିଁ। ଜେଇଇ ଓ ନିଟ୍ ପରୀକ୍ଷାକୁ ଆଖି ଆଗରେ ରଖି ଏଭଳି ଘୋଷଣା କରାଯାଇଛି।
ସେପ୍ଟେମ୍ବର ୧ ରୁ ୬ ତାରିଖ ଏବଂ ସେପ୍ଟେମ୍ବର ୧୩ ତାରିଖରେ ଜେଇଇ ଓ ନିଟ୍ ପରୀକ୍ଷା ହେବାର ଅଛି। ତେଣୁ ଏହି ସମୟରେ ପିଲାମାନଙ୍କ ଯିବା ଆସିବା ସୁବିଧା ପାଇଁ ରାଜ୍ୟ ସରକାର ଏହି ନିୟମ ଜାରି କରିଛନ୍ତି।ଏହାପୂର୍ବରୁ ମଧ୍ୟ ଜେଇଇ ଓ ନିଟ୍ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଅନେକ ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଯେଉଁ ପିଲା ଚାହିଁବେ ସେମାନଙ୍କୁ ରାଜ୍ୟ ସରକାର ମାଗଣାରେ ପରୀକ୍ଷା କେନ୍ଦ୍ରକୁ ନେବାଆଣିବା କରିପାରିବେ। ଏଥିସହିତ ପରୀକ୍ଷା କେନ୍ଦ୍ରରେ ଚାହିଁଲେ ପରୀକ୍ଷାର୍ଥୀମାନେ ରହିପାରିବେ ବୋଲି ରାଜ୍ୟ ସରକାର କହିଛନ୍ତି।