ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ସେଇଟି ହେଉଛି ଗୋଟିଏ ଭୋଟର ତାଲିକା ଓ ଏକାଥରକେ ନିର୍ବାଚନ। ବିଭିନ୍ନ ସମୟରେ ବିଭିନ୍ନ ନିର୍ବାଚନ ହେଉଥିବାରୁ ଏହ ଅଯଥା ଅର୍ଥ ଶ୍ରାଦ୍ଧ ଓ ବୃଥା ପରିଶ୍ରମର କାରଣ ହୋଇଥାଏ। ସରକାର ଏହାକୁ ବନ୍ଦ କରିବା ପାଇଁ ଚାହୁଁଛନ୍ତି। ଏହାର ମାନେ ଆଗକୁ ଦେଶରେ ଗୋଟିଏ ହିଁ ନିର୍ବାଚନ ହେବ।

ଲୋକସଭା, ବିଧାନସଭା ଓ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ପାଇଁ ଏକକାଳୀନ ନିର୍ବାଚନର ସମ୍ଭାବନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ପି.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁଇଟି ବିକଳ୍ପ ନେଇ ଚିନ୍ତା କରାଯାଇଥିବା ଜଣାପଡ଼ିଛି।BGUପ୍ରଥମ ବିକଳ୍ପ ହେଲା ସମ୍ବିଧାନର ଧାରା ୨୪୩-K ଓ ୨୪୩-ZA ର ସଂଶୋଧନ। ଏହି ସଂଶୋଧନ  ପ୍ରସ୍ତାବରେ କୁହାଯିବ ଯେ ଦେଶରେ ସବୁ ନିର୍ବାଚନ ପାଇଁ ଗୋଟିଏ ଭୋଟ ନିଆଯିବ ଓ ଗୋଟିଏ ଭୋଟର ତାଲିକା ବାଧ୍ୟତାମୂଳକ ହେବ। ଦ୍ଵିତୀୟ ବିକଳ୍ପଟି ହେଉଛି ରାଜ୍ୟ ସରକାରଗୁଡ଼ିକୁ କୁହାଯିବ ନିଜ ନିଜ ରାଜ୍ୟର ଭୋଟ ଆଇନକୁ ବଦଳାଇବେ ଓ ମ୍ୟୁନିସିପାଲଟି ତଥା ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିସନ୍‌ଙ୍କ ଭୋଟର ତାଲିକାକୁ ଗ୍ରହଣ କରିବେ।

ଖବର ଅନୁସାରେ କ୍ୟାବିନେଟ ସଚିବ ରାଜୀବ ଗୌବା, ବ୍ୟବସ୍ଥାପନା ବିଭାଗ ସଚିବ ଜି ନାରାୟଣ ରାଜୁ, ପଞ୍ଚାୟତିରାଜ ସଚିବ ସୁନୀଲ କୁମାର, ନିର୍ବାଚନ କମିସନ୍‌ର ୩ ଜଣ ସଦସ୍ୟ ଓ ସେକ୍ରେଟାରୀ ଜେନେରାଲ ଉମେଶ ସିହ୍ନା ଏହି ଆଲୋଚନାରେ ଭାଗ ନେଇଥିଲେ।

Comment