ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀରେ ଜଳ ପତ୍ତନ ବୃଦ୍ଧି ପରେ ଜଗତସିଂହପୁର ଦେଇ ପ୍ରବାହିତ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଦେବୀ, ପାଇକା ଓ ମହାନଦୀରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି।

ଦଳେଇ ଘାଇରେ ଦେବୀ ନଦୀର ବିପଦ ସଙ୍କେତ ୫୭ ଫୁଟ ଥିଲା  ଏବେ ପ୍ରବାହିତ ୫୭.୧୦ ଫୁଟରେ ଜଳ ପ୍ରବାହିତ ହେଉଛି।BGU

ସେହିପରି ତାରପୁର ଓ ତିର୍ତ୍ତୋଲରେ ବିପଦ ସଙ୍କେତ ଉପରେ ମହନଦୀ ରହିଛି। ତାରପୁରରେ ବିପଦ ସଙ୍କେତ ୯.୮୦ ମିଟର ଥିଲାବେଳେ ଏବେ ୧୦.୯୭ ମିଟର ରେ ଜଳ ପ୍ରବାହିତ ହେଉଛି।

ତର୍ତ୍ତୋଲରେ ବିପଦ ସଙ୍କେତ ୪.୯୫୦ ମିଟର ଥିଲା ବେଳେ ଏବେ ୫.୧୭ ମି.ରେ ପ୍ରବାହିତ ହେଉଛି। ଶଙ୍ଖେଶ୍ୱରରେ  ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ପାଇକା ନଦୀ। ଏଠାରେ ବିପଦ ସଙ୍କେତ ୨୨.୭୫ ଫୁଟ ଥିଲା ବେଳେ ୨୬.୩୦ ଫୁଟରେ ନଦୀ ଜଳସ୍ତର ରହିଛି।

Comment