ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାର ସତ୍ତ୍ୱେ ଆଜି ରାଜ୍ୟର କୌଣସି ଅଞ୍ଚଳରେ ଲକଡାଉନ୍ କିମ୍ବା ସଟଡାଉନ୍ ଭଳି କଟକଣା ରହିବ ନାହିଁ। ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ଆଜିଠୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟକୁ ସମ୍ପୂର୍ଣ୍ଣ ଅନଲକ୍ କରାଯାଇଛି।

ଅର୍ଥାତ ଆଜିଠୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ବିନା କୌଣସି ବାଧାରେ ଯିବା ଆସିବା କରିପାରିବେ। ସେହିପରି ସେପ୍ଟେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟରେ ଲକଡାଉନ୍ ଓ ସଟଡାଉନ୍ କଟକଣା ରହିବ ନାହିଁ। ଏହି ସମୟରେ ଜେଇଇ ଓ ନିଟ୍ ପରୀକ୍ଷା ପଡୁଛି। ତେଣୁ ପରୀକ୍ଷାର୍ଥୀଙ୍କୁ ସୁବିଧା ଦେବାକୁ ଯାଇ ରାଜ୍ୟ ସରକାର ଏଭଳି ଘୋଷଣା କରିଛନ୍ତି।BGUଏହାପୂର୍ବରୁ ମଧ୍ୟ ଜେଇଇ ଓ ନିଟ୍ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଅନେକ ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଯେଉଁ ପିଲା ଚାହିଁବେ ସେମାନଙ୍କୁ ରାଜ୍ୟ ସରକାର ମାଗଣାରେ ପରୀକ୍ଷା କେନ୍ଦ୍ରକୁ ନେବାଆଣିବା କରିପାରିବେ। ଏଥିସହିତ ପରୀକ୍ଷା କେନ୍ଦ୍ରରେ ଚାହିଁଲେ ପରୀକ୍ଷାର୍ଥୀମାନେ ରହିପାରିବେ ବୋଲି ରାଜ୍ୟ ସରକାର କହିଛନ୍ତି।

Comment