ଓଡ଼ିଶାଲାଇଭ୍ ବ୍ୟୁରୋ

supremecourtଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ୧ଟଙ୍କା ଜୋରିମାନା। ସୋମବାର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଏହି ଦଣ୍ଡବିଧାନରେ ଦଣ୍ଡିତ କରିଛନ୍ତି। ସେପ୍ଟେମ୍ଵର ୧୫ ତାରିଖ ସୁଦ୍ଧା ଏହି ଜୋରିମାନା ଦେବାପାଇଁ ରାୟରେ କୁହାଯାଇଛି।ଯହି ୧୫ ଦିନ ମଧ୍ୟରେ ସେ ଏହି ଜୋରିମାନା ରାଶି ପୈଠ ନ କରନ୍ତି, ତେବେ ତାଙ୍କୁ ୩ ମାସ ଜେଲ୍ ଦଣ୍ଡ ହେବ। ଏଥିସହ ତିନି ବର୍ଷ ପର୍ଯ୍ୟନ୍ତ ସେ କୋର୍ଟରେ ପ୍ରାକ୍ଟିସ୍ ମଧ୍ୟ କରିପାରିବେ ନାହିଁ। ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ନେତୃତ୍ଵରେ ଗଠିତ ଖଣ୍ଡପୀଠରେ ଏହି ରାୟ ପ୍ରକାଶ ପାଇଛି।ନ୍ୟାୟପାଳିକା ବିରୋଧରେ ମନ୍ତବ୍ୟ ଦେଇ ସେ ଭୁଲ କରିଛନ୍ତି, କୋର୍ଟର ଅବମାନନା କରିଛନ୍ତି। ତେବେ ସୁପ୍ରିମକୋର୍ଟ ସହୃଦୟତାର ପ୍ରମାଣ ଦେଇ କୌଣସି ବଡ଼ ଦଣ୍ଡାଦେଶ ଦେଇନାହାନ୍ତି। କେବଳ ପ୍ରତୀକାତ୍ମକ ଭାବେ ଟଙ୍କାଟିଏ ଜରିମାନା ଆଦେଶ ଦେଇଛନ୍ତି।BGU

ଅଗଷ୍ଟ ୧୪ ତାରିଖରେ ଏହି ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଗଷ୍ଟ ୨୫ ତାରିଖ ଦିନ ପରବର୍ତ୍ତୀ ଶୁଣାଣୀରେ ପ୍ରଶାନ୍ତ ଭୂଷଣଙ୍କ ଓକିଲ ରାଜୀବ ଧାୱନ ଜେଲ୍ ଦଣ୍ଡାଦେଶ ନ ଦେବାକୁ ଅନୁରୋଧ କରିଥିଲେ। ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ମଧ୍ୟ ପ୍ରଶାନ୍ତଙ୍କୁ କ୍ଷମା କରିବା ପାଇଁ ଅନୁରୋଧ କରିଥିଲେ। ଭବିଷ୍ୟତରେ ଯେପରି ସେ ଏପରି ନ କରନ୍ତି ତାହା ନିର୍ଦ୍ଦେଶ ଦେଇ କ୍ଷମା ଦେବାକୁ ଅନୁରୋଧ କରିଥିଲେ।

Comment