ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଘୁଚାପ ବର୍ଷା କାରଣରୁ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ କିନ୍ତୁ ପାଣିପାଗ ବିଭାଗ ଆଗାମୀ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପୁଣି ବର୍ଷା ହେବାନେଇ ପୂର୍ବାନୁମାନ କରିଛି।

ମୌସୁମୀ ପ୍ରଭାବରେ ଆଗାମୀ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଏଥିସହିତ ବିଭାଗ ପକ୍ଷରୁ ସତର୍କତା ମଧ୍ୟ ଜାରି କରାଯାଇଛି।

ଆଜି ମୟୂରଭଞ୍ଜ, ଗଜପତି, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।BGUସେହିପରି ଆସନ୍ତାକାଲି ମଧ୍ୟ ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାରେ ପ୍ରବଳ ବଜ୍ରପାତ ସହିତ ବର୍ଷା ହୋଇପାରେ ବୋଲି କୁହାଯାଇଛି। ବିଶେଷକରି ମୟୂରଭଞ୍ଜ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଉଛି।

Comment