ଓଡ଼ିଶାଲାଇଭ୍ ବ୍ୟୁରୋ

ଆକାଶମାର୍ଗରୁ ରାଜ୍ୟର ବନ୍ୟାଞ୍ଚଳକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅପରାହ୍ନରେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି।

ବନ୍ୟାଞ୍ଚଳ ବୁଲି ଦେଖିବା ପରେ ସେ କହିଛନ୍ତି ଯେ, ରାଜ୍ୟର ବହୁ ଜିଲ୍ଲା, ଅନେକ ଗାଁ ଜଳମଗ୍ନ ହୋଇଛି। ଚାଷ ଜମିଗୁଡ଼ିକ ମଧ୍ୟ ବୁଡ଼ିଯାଇଛି। ଚାଷୀମାନଙ୍କର ଫସଲ ନଷ୍ଟ ହେବା ସହିତ ଲୋକମାନଙ୍କର ଘର ଭାଙ୍ଗିଛି ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି।

ତେବେ ଏସବୁ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲଗାଣ ବର୍ଷା ଫଳରେ ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟା ଆସିଛି। ଲୋକମାନେ ଜଳବନ୍ଦୀ ହେବା ସହିତ ବହୁ ଅସୁବିଧାରେ ସମୟ କାଟୁଛନ୍ତି। ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଥିବାରୁ ଲୋକମାନେ ଏବେ ବି ଆତଙ୍କିତ ଅବସ୍ଥାରେ ଅଛନ୍ତି।

Comment