ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ତେବେ ବନ୍ୟା ସ୍ଥିତିରେ ସୁଧାର ପାଇଁ ଆଉ ୪ ଦିନ ସମୟ ଲାଗିବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।

ବର୍ତ୍ତମାନ ମହାନଦୀର ଉପରମୁଣ୍ଡରେ ଆଉ ବର୍ଷା ହେଉନାହିଁ। ତେଣୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ କମିଛି। ଗତକାଲି ହୀରାକୁଦକୁ ୯ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିଲା ଏବଂ ୪୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା। କିନ୍ତୁ ବର୍ତ୍ତମାନ ଡ୍ୟାମକୁ ୫ ଲକ୍ଷ କ୍ୟୁସେକ୍ ଜଳ ପଶୁଛି। ଏଥିସହ ୩୬ଟି ଗେଟ୍ ଦେଇ ୬ ଲକ୍ଷ କ୍ୟୁସେକ୍ ଜଳ ଛଡ଼ାଯାଉଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ଏବେ ମୁଣ୍ଡୁଳିରେ ୧୦ ଲକ୍ଷ ୨୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଅପରାହ୍‌ଣ ୨ଟା ଯାଏଁ ଏହି ହାରରେ ଜଳ ପ୍ରବାହ ବଳବତ୍ତର ରହିବ ବୋଲି ସୂଚନା ମିଳିଛି।BGUବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୩୬ଟି ଘାଇ ସୃଷ୍ଟି ହୋଇଛି। ଘାଇ ସଂଖ୍ୟା ଆହୁରି ବଢ଼ିଥାନ୍ତା, କିନ୍ତୁ ଅନୁଭୂତିସମ୍ପନ୍ନ ଅଧିକାରୀଙ୍କ ପାଇଁ ଏହା କମିଛି। ମହାନଦୀ ସିଷ୍ଟମ୍‌ରେ ୫ଟି ଘାଇ ହୋଇଛି। ଏହି ସ୍ଥିତି ସୁଧାରିବାକୁ ୪ ଦିନ ସମୟ ଲାଗିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

Comment