ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋମବାର ହୀରାକୁଦ ଡ୍ୟାମର ୪ଟି ଗେଟ୍‌ ବନ୍ଦ କରାଯାଇଛି। ଡ୍ୟାମରୁ ଏବେ ୩୬ଟି ଗେଟ୍‌ରେ ଜଳ ନିଷ୍କାସନ ଚାଲିଥିବା ସୂଚନା ମିଳିଛି। ଏଥସହ ହୀରାକୁଦରେ ଏବେ ଜଳପତ୍ତନ ହ୍ରାସ ପାଇଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ଥିଲା ବେଳେ ଏବେ ଜଳ ପତ୍ତନ ୬୨୭.୨୧ ଫୁଟ ରହିଛି।BGU

ଡ୍ୟାମକୁ ଗତକାଲି ସାଢେ ୯ ଲକ୍ଷ କ୍ୟୁସେକ ଜଳ ଆସିଥିଲା ବେଳେ ଆଜି ୫ ଲକ୍ଷ ୬୯ ହଜାର ୫୩୧ କ୍ୟୁସେକ ଜଳ ପଶୁଛି। ସେହିପରି ନିଷ୍କାସନ ହେଉଛି ୬ ଲକ୍ଷ, ୨୦ ହଜାର ୩୫୫ କ୍ୟୁସେକ୍‌ ଜଳ।

ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇଥିବାରୁ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି।

Comment