ଓଡ଼ିଶାଲାଇଭ୍ ବ୍ୟୁରୋ

ବନ୍ୟା ପରିସ୍ଥିତିକୁ ନେଇ ନୂଆ ସଙ୍କଟ ଦେଖାଦେଇଛି। ପୂର୍ଣ୍ଣିମା ପାଇଁ ବନ୍ୟାଜଳ ସମୁଦ୍ରରେ ମିଶି ପାରୁନି। ରାଜ୍ୟରେ ବନ୍ୟା ପରିସ୍ଥିତି ସୁଧୁରିବାକୁ ଆହୁରି ୩ ଦିନ ଲାଗିବ। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏହି ସୂଚନା ଦେଇଛନ୍ତି।ସମୁଦ୍ର ଏବେ ଜୁଆରିଆ ରହୁଛି। ଫଳରେ ବନ୍ୟାଜଳ ନିଷ୍କାସନ ହୋଇପାରୁନାହିଁ। ଯେଁଉଥିପାଇଁ ଏବେ ବି ରାଜ୍ୟରେ ବନ୍ୟା ପରିସ୍ଥିତି ଭୀଷଣ ରହିଛି। ପୂର୍ଣ୍ଣିମା ପରେ ହିଁ ବନ୍ୟା ସ୍ଥିତିରେ ସୁଧାର ଆସିପାରେ। ତେବେ ଏଥିପାଇଁ ତିନିଦିନ ସମୟ ଲାଗିପାରେ ବୋଲି ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି।BGUସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ହୀରାକୁଦକୁ ୩ ଲକ୍ଷ ୫୯ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି। ୨୪ଟି ଗେଟ୍ ଦେଇ ୪ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ସେହିପରି ମୁଣ୍ଡଳିରେ ବର୍ତ୍ତମାନ୯ ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।

LEAVE A REPLY

Please enter your comment!
Please enter your name here