ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ପରେ ଏବେ ରାଜ୍ୟ ସରକାର ମଧ୍ୟ ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି।

  • ରାଜ୍ୟରୁ ହଟିଲା ନାଇଟ୍ କର୍ଫ୍ୟୁ, ରାତିରେ ଯାତାୟାତ ପାଇଁ ଆଉ ରହିବନି କଟକଣା
  • ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେଉଥିବା ସପ୍ତାହନ୍ତ ସଟଡାଉନ୍ ମଧ୍ୟ ଉଠିଲା
  • ପୂର୍ବଭଳି ଶନିବାର ଓ ରବିବାର ଆଉ ସଟଡାଉନ୍ ହେବ ନାହିଁ 
  • କଣ୍ଟେନମେଣ୍ଟ ଜୋନରେ ସେପ୍ଟେମ୍ବର ୩୦ ଯାଏ କଟକଣା
  • ସ୍ଥାନୀୟ ପ୍ରଶାସନ ସେମାନଙ୍କର ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରିବେ
  • କଣ୍ଟେନମେଣ୍ଟ ଜୋନ୍ ବାହାରେ ସ୍ଥାନୀୟ ପ୍ରଶାସନ କୌଣସି ଲକଡାଉନ୍ କିମ୍ବା ସଟଡାଉନ୍ କରିପାରିବେ ନାହିଁ
  • ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ
  • ଅନ୍ତର୍ଜାତୀୟ ବିମାନ ଉଡ଼ାଣ ମଧ୍ୟ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ବାତିଲ୍
  • ରାଜ୍ୟରେ ଏବେ ଖୋଲିବନି କୌଣସି ସିନେମା ହଲ୍, ସୁଇମିଂ ପୁଲ୍, କମ୍ଲେକ୍ସ
  • କେବଳ ମୁକ୍ତାକାଶ ରଙ୍ଗମଞ୍ଚକୁ ସେପ୍ଟେମ୍ବର ୨୧ ପରେ ଅନୁମତି
  • କୌଣସି ପ୍ରକାର ସାମାଜିକ, ରାଜୈନୈତିକ, ସାଂସ୍କୃତିକ ଏବଂ ଧାର୍ମିକ ସମାବେଶକୁ ଅନୁମତି ନାହିଁ

BGU

  • ଅକ୍ଟୋବର ମାସ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ୍, କଲେଜ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ
  • ହେଲେ ଅନଲାଇନ୍ ଶିକ୍ଷାଦାନ, ଖାତାଦେଖା ଏବଂ ପରୀକ୍ଷା ଆଦି ହୋଇପାରିବ
  • ୫୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ ସ୍କୁଲ୍ ଆସିପାରିବାକୁ ଅନୁମତି
  • ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ
  • ରାଜ୍ୟ ଭିତରେ କିମ୍ବା ରାଜ୍ୟ- ରାଜ୍ୟ ଭିତରେ ଯିବା ଆସିବା ନେଇ କୌଣସି ପ୍ରତିବନ୍ଧକ ନାହିଁ
  • ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ସ୍ତ୍ରୀ ଲୋକଙ୍କୁ ବାହାରେ ନବୁଲିବାକୁ ପରାମର୍ଶ
  • ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ପରାମର୍ଶ

Comment