ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣ ସମୟରେ ସ୍କୁଲ୍ ଫି’ ଛାଡ଼ ହେବ କି ନହେବ ଉଭୟ ଅଭିଭାବକ ଏବଂ ଶିକ୍ଷକ ସଂଘ ବୈଠକ କରି ଆପୋସ ବୁଝାମଣା କରିବେ। ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା କରିବେ ଗଣଶିକ୍ଷା ସଚିବ। ବୈଠକରୁ ଯାହା ନିଷ୍କର୍ଷ ବାହାରିବ ସେ ସଂକ୍ରାନ୍ତରେ ଅଦାଲତଙ୍କୁ ଅବଗତ କରାଯିବ। ମଙ୍ଗଳବାର ସ୍କୁଲ୍ ଫି’ ଛାଡ଼ ମାମାଲାର ଶୁଣାଣି କରି ହାଇକୋର୍ଟ ଏହି ପ୍ରସ୍ତାବ ଦେଇଛନ୍ତି।school-collegeକରୋନା ସଂକ୍ରମଣ ସମୟରେ ମଧ୍ୟ ଘରୋଇ ସ୍କୁଲ୍‌ଗୁଡ଼ିକ ଫି’ ଛାଡ଼ କରୁନାହାନ୍ତି। ଯାହାଫଳରେ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ଅଭିଭାବକ ମହାସଂଘର ପ୍ରହଲ୍ଲାଦ ରାଉତ ଏବଂ ଅନ୍ୟ ଅଭିଭାବକମାନଙ୍କ ପକ୍ଷରୁ ହେଇକୋର୍ଟରେ ଏକ ମାମଲା କରାଯାଇଥିଲା।BGUମଙ୍ଗଳବାର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ କେ ଆର୍ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଗଣଶିକ୍ଷା ସଚିବଙ୍କ ମଧ୍ୟସ୍ଥତାରେ ଉଭୟ ଅଭିଭାବକ ଏବଂ ଶିକ୍ଷକ ସଂଘ ଆଲୋଚନା କରି ଏହାର କିଛି ନିଷ୍ପତ୍ତି ନେବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିସହିତ କୌଣସି ବି ପରିସ୍ଥିତିରେ ପିଲାଙ୍କୁ ଯେପରି ପାଠପଢ଼ାରୁ ବଞ୍ଚିତ ନ କରାଯାଏ ସେଥିପ୍ରତି ଘରୋଇ ସ୍କୁଲ ଶିକ୍ଷକ ସଂଘ ଧ୍ୟାନ ଦେବାକୁ ମଧ୍ୟ ଅଦାଲତ କହିଛନ୍ତି।

 

Comment