ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ଏଣିକି ଗୋଟିଏ ଆଇନ୍ ଦ୍ୱାରା ପରିଚାଳିତ ହେବେ
  • ୨୦୦୫ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନକୁ ଉଚ୍ଛେଦ କରାଗଲା
  • କୁଳପତିମାନଙ୍କର କାର୍ଯ୍ୟକାଳ ୪ ବର୍ଷକୁ ବୃଦ୍ଧି
  • ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିବ ଓପିଏସି

ଉଚ୍ଚଶିକ୍ଷା ବିଭାଗର କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ୨୦୦୫ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନକୁ ଉଚ୍ଛେଦ କରାଯିବା ସହିତ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ୧୯୮୯ ବିଶ୍ୱବିଦ୍ୟାଳୟ ଆଇନ୍ ଦ୍ୱାରା ପରିଚାଳିତ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି।

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚଶିକ୍ଷା ବିଭାଗର କ୍ୟାବିନେଟ୍ ବୈଠକ ବସିଥିଲା। ଏହି ବୈଠକରେ ଶିକ୍ଷାକ୍ଷେତ୍ରକୁ ନେଇ ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଏଣିକି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ୧୯୮୯ ବିଶ୍ୱବିଦ୍ୟାଳୟ ଆଇନ୍ ଦ୍ୱାରା ପରିଚାଳିତ ହେବେ। କୌଣସି ବିଶ୍ୱବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ଆକ୍ଟ ରହିବ ନାହିଁ। ବିଶ୍ୱବିଦ୍ୟାଳୟମାନଙ୍କରୁ ସିନେଟକୁ ଉଚ୍ଛେଦ କରାଯିବ ଏବଂ ସିଣ୍ଡିକେଟକୁ ଅଧିକ କ୍ରିୟାଶୀଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ କୁଳପତି ଚୟନ କମିଟିରେ ସରକାରଙ୍କ ପକ୍ଷରୁ ଜଣେ ଶିକ୍ଷାବିତ ନିଯୁକ୍ତ ହେବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।BGUଅନ୍ୟପଟେ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟମାନଙ୍କର କୁଳପତିମାନଙ୍କର କାର୍ଯ୍ୟକାଳ ମଧ୍ୟ ୪ ବର୍ଷକୁ ବୃଦ୍ଧି କରାଯାଇଛି। କୁଳପତିମାନେ ଏବେ ୬୭ ବର୍ଷ ବୟସ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ବିଶ୍ୱବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ପକ୍ରିୟା ଏବେ ଓପିଏସସି ବୁଝାସୁଝା କରିବ। ଅଣ-ଶିକ୍ଷକମାନଙ୍କର ନିଯୁକ୍ତି ପକ୍ରିୟା ରାଜ୍ୟ ସିଲେକ୍ସନ ବୋର୍ଡ ବୁଝିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

Comment