ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବନ୍ୟା ପରେ କେନ୍ଦ୍ରାପଡ଼ା ସ୍ଥିତି ସଙ୍ଗୀନ
  • ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ବେଣୀପୁର ଗାଁ ଲୋକ
  • ବନ୍ୟାରେ ଡୁବିଲା ସମ୍ପତ୍ତିକୁ ଖୋଜୁଛନ୍ତି ଲୋକେ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ରାଜ୍ୟରେ ବନ୍ୟା ପରିସ୍ଥିତି ସୁଧାର ଆସିଛି। ଅଧିକାଂଶ ସ୍ଥାନରୁ ବନ୍ୟା ପାଣି ଖସି ଯାଇଛି। କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା କମିନି। କେନ୍ଦ୍ରାପଡ଼ା ଜିଲ୍ଲା ବେଣୀପୁର ଗାଁକୁ ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼ୁଛି।

କାରଣ ବନ୍ୟା ପରେ ପୂରା ଗାଁ ଖାଁ ଖାଁ ହୋଇପଡ଼ିଛି। ଯୁଆଡ଼େ ଚାହିଁଲେ ଭଙ୍ଗା ଦଦରା ଘର ଓ, ପଚା ସଢା ଦୁର୍ଗନ୍ଧର ଇଲାକା ନଜର ଆସୁଛି। ଗାଁର ପ୍ରାୟ ୩୦୦୦ରୁ ଅଧିକ ଲୋକ ଏବେ ହେଉଛନ୍ତି ହନ୍ତସନ୍ତ।

କାରଣ ଘରେ ଥିବା ଧାନ ଚାଉଳ, ମୁଗ ବିରି, ଲୁଗାପଟା, କଂସାଥାଳି ବନ୍ୟା ପାଣିରେ ମାଟି କାନ୍ଥ ତଳେ ଚାପି ହୋଇଗଲା । ବଡବଡିଆ ବି ଏଥରୁ ମୁକ୍ତି ପାଇପାରି ନାହାଁନ୍ତି। ବନ୍ୟା ପାଣି ସିନା କୋଠାଘରକୁ ଭସେଇ ନେଇପାରିନି। କିନ୍ତୁ ଘର ଭିତରେ ଥିବା ଟିଭି , ଫ୍ରିଜ୍ , ଓ୍ବାସିଂ ମେସିନ୍ ଗାଡି ମଟରକୁ ପାଣିରେ ଡୁବେଇ ଦେଇ ଯାଇଛି। ଆଜିକୁ ୭ ଦିନ ବିତିଲା। ଲୋକେ ଭଙ୍ଗା ଘରର କାଦୁଅ ତଳୁ ସାଉଣ୍ଟୁଛନ୍ତି ହଜିଲା ସମ୍ପତ୍ତି।BGU

ବିରୂପା ନଦୀରେ ପାଣି ଆସିବାରୁ ଏହି ଗାଁ ଜଳମଗ୍ନ ହୋଇଥିଲା। ବୀରୂପା ଏବେ ଶାନ୍ତ ହେଲାଣି। ଗାଁରୁ ପାଣି ଯାଇ ନଦୀରେ ପହଞ୍ଚିଲାଣି। କିନ୍ତୁ ବନ୍ୟାର ସେହି ଭୟଙ୍କର ଦୃଶ୍ୟକୁ ଭୁଲି ପାରି ନାହାନ୍ତି ଗାଁ ଲୋକ।

Comment