ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟରେ ସମସ୍ତ ୩୦ଟି ଜିଲ୍ଲାରୁ ମୋଟ୍ ୩୬୩୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୨୧୪ ଚିହ୍ନଟ ହୋଇଥିଲା ବେଳେ ୧୪୧୭ ଲୋକାଲ କେସ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୧୩ ହଜାର ୪୧୧କୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୨ ଜଣ, କଟକରୁ ୩୭୦ ଜଣ, ମୟୁରଭଞ୍ଜରୁ ୩୬୫ ଜଣ, ବରଗଡ଼ରୁ ୨୩୮ ଜଣ, ଭଦ୍ରକରୁ ୧୮୬ ଜଣ, ପୁରୀରୁ ୧୫୭ ଜଣ, ଯାଜପୁରରୁ ୧୨୭ ଜଣ, ବାଲେଶ୍ଵରରୁ ୧୧୪ ଜଣ, ରାୟଗଡ଼ାରୁ ୧୧୧ ଜଣ, ଗଞ୍ଜାମରୁ ୧୦୭ ଜଣ, ନୟାଗଡ଼ରୁ ୧୦୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 

ସେହିପରି ସୁନ୍ଦରଗଡ଼ରୁ ୯୫ ଜଣ, କୋରାପୁଟରୁ ୯୩ ଜଣ, କେନ୍ଦ୍ରାପଡ଼ାରୁ ୮୫ ଜଣ, ଝାରସୁଗୁଡ଼ା ଏବଂ କେନ୍ଦୁଝରରୁ ୮୦ ଜଣ ଲେଖାଏଁ, ଜଗତସିଂହପୁରରୁ ୭୯ ଜଣ, ସମ୍ଵଲପୁରରୁ ୬୮ ଜଣ, ଢେଙ୍କାନାଳରୁ ୫୬ ଜଣ, ମାଲକାନାଗିରିରୁ ୫୫ ଜଣ, ସୋନପୁରରୁ ୫୦ ଜଣ, ନୂଆପଡ଼ାରୁ ୪୯ ଜଣ, ନବରଙ୍ଗପୁରରୁ ୪୬ ଜଣ, ଅନୁଗୁଳରୁ ୪୧ ଜଣ, ବଲାଙ୍ଗିରରୁ ୩୯ ଜଣ ବୌଦ୍ଧ ଏବଂ କଳାହାଣ୍ଡିରୁ ୨୭ ଜଣ ଲେଖାଏଁ, ଦେବଗଡ଼ରୁ ୧୧ ଜଣ ଏବଂ ଗଜପତିରୁ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

BGU

ଏଯାବତ୍ ରାଜ୍ୟରେ ୮୪୦୭୩ ଜଣ କରୋନା ଆକ୍ରନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କେସ୍ ରହିଛି ୨୮୭୬୩।

Comment