ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆପଣ ନିଶ୍ଚିତ ଭାବରେ ପଶୁ ଡାକ୍ତରଖାନା ବିଷୟରେ ଶୁଣିଥିବେ, ଯେଉଁଠାରେ ପ୍ରାୟ ସବୁ ପ୍ରକାର ପଶୁ ପକ୍ଷୀଙ୍କର ଚିକିତ୍ସା କରାଯାଏ। କିନ୍ତୁ ଆପଣ କେବେ ଏମିତି ଏକ ଡାକ୍ତରଖାନା ବିଷୟରେ ଶୁଣିଛନ୍ତି କି ଯେଉଁଠାରେ କେବଳ ଓଟଙ୍କୁ ଚିକିତ୍ସା କରାଯାଏ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁବାଇରେ ଏକ ହସ୍ପିଟାଲ ଅଛି ଯାହା କେବଳ ଓଟକୁ ଚିକିତ୍ସା କରେ। ଦୁବାଇ କ୍ୟାମେଲ ହସ୍ପିଟାଲ ହେଉଛି ବିଶ୍ୱର ଏକମାତ୍ର ଏଭଳି ହସ୍ପିଟାଲ।

ଏହି ହସ୍ପିଟାଲ ନିର୍ମାଣରେ ପ୍ରାୟ ୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ୨୦୧୭ ମସିହାରେ ଆରମ୍ଭ ହୋଇଥିଲା, ଯାହା ବର୍ତ୍ତମାନ ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛି।  ଏହି ଡାକ୍ତରଖାନା ଓମାନରୁ ସମଗ୍ର ୟୁଏଇ ପର୍ଯ୍ୟନ୍ତ ଓଟମାନଙ୍କୁ ଚିକିତ୍ସା କରେ। ଓଟ ହସ୍ପିଟାଲରେ ଚିକିତ୍ସା ପାଇଁ ନୂତନ ଟେକ୍ନୋଲୋଜି ମେସିନ୍ ବ୍ୟବହାର କରାଯାଏ।

ଏଠାରେ ବିଦେଶୀ ବିଶେଷଜ୍ଞଙ୍କ ଏକ ଟିମ୍ ସମେତ ମୋଟ ୬୫ ମେଡିକାଲ୍ କର୍ମଚାରୀ ଅଛନ୍ତି। ଏଠାରେ ଏକାବେଳେ ସମୁଦାୟ ୨୨ଟି ଓଟକୁ ଚିକିତ୍ସା କରାଯାଇପାରିବ। ସେହିପରି ଏଠାରେ ଅପରେସନର ସର୍ବନିମ୍ନ ମୂଲ୍ୟ ହେଉଛି ୭୧ ହଜାର ଟଙ୍କା।BGU

ଏହି ହସ୍ପିଟାଲରେ ପାଞ୍ଚ ମିଟର ଉଚ୍ଚ ଏଣ୍ଡୋସ୍କୋପି ମେସିନ୍ ଲଗାଯାଇଛି। ତେବେ ଆପଣ ଭାବୁଥିବ ଏଠାରେ ଓଟଙ୍କ ଚିକିତ୍ସାକୁ ଏତେ ଗୁରୁତ୍ୱ କାହିଁକି ଦିଆଯାଉଛିଐ ବାସ୍ତବରେ ଦୁବାଇରେ ଓଟ ଦୌଡ଼ ସାରା ବିଶ୍ୱରେ ଲୋକପ୍ରିୟ।  ଏହି ଦୌଡ଼ରେ ବିଜେତାଙ୍କୁ କୋଟି କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଏ। କିନ୍ତୁ ଏହି ଦୌଡ଼ରେ ଓଟମାନେ ଆହତ ହୋଇଥାଆନ୍ତି। ତେଣୁ ଏମାନଙ୍କ ଏହିଠାରେ ଚିକିତ୍ସା କରାଯାଏ।

Comment