ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ମୁଖ୍ୟ ସନ୍ଦିଗ୍ଧ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କଲା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ। ଡ୍ରଗ୍ସ ଲିଙ୍କ ଅଭିଯୋଗରେ ସୌଭିକଙ୍କୁ ଏନ୍‌ସିବି ଗିରଫ କରିଛି।

ଏଥିସହ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ମଧ୍ୟ ଏନ୍‌ସିବି ଗିରଫ କରିଛି। ଏହି ଦୁଇଜଣଙ୍କ ବିରୋଧରେ ଡ୍ରଗ୍ସ କାରବାର ନେଇ ଅଭିଯୋଗ ଥିଲା। ତେଣୁ ଏନ୍‌ସିବି ଆଜି ଏହି ଦୁଇଜଣଙ୍କୁ ଗିରଫ କରିଛି।BGUସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରିବା ସମୟରେ ସିବିଆଇକୁ ଏଥିରେ ଡ୍ରଗ୍ସ କାରବାର ନେଇ ସୂଚନା ମିଳିଥିଲା। ଏହାପରଠାରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମଧ୍ୟ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିଲା। ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏହି ଦୁଇଙ୍କୁ ଡ୍ରଗ୍ସ କାରବାର କରିବା ନେଇ ଗିରଫ କରିଛି।

Comment