ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ଚକୋଲେଟ୍ ହିରୋ ଋଷି କପୁର ପିଲାଟି ଦିନରୁ ହିଁ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲେ। ୧୯୫୨ ମସିହା ସେପ୍ଟେମ୍ବର ୪ ତାରିଖରେ ଜନ୍ମ ହୋଇଥିବା ଋଷି ନିଜ ୫୦ ବର୍ଷର ଫିଲ୍ମ କ୍ୟାରିଅର ମଧ୍ୟରେ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ତେବେ ଆଜି ଋଷିଙ୍କ ଜୟନ୍ତୀ ଅବସରରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ମଜାଦାର କଥା..

ରବିବାର କାମ କରୁନଥିଲେ

ଋଷି କପୁର ନିଜ ଦାଦା ଶଶି କପୁରଙ୍କ ପରି ରବିବାର ଦିନ କୌଣସି କାମ କରୁନଥିଲେ। ରବିବାର କେବଳ ସେ ନିଜ ପରିବାର ସହିତ ସମୟ ବିତାଉଥିଲେ। କିନ୍ତୁ ଶଶି କପୁରଙ୍କର ଠିକ୍ ବିପରୀତ ଥିଲେ ଋଷି କପୁର। ସେ ବହୁତ ଗମ୍ଭୀର ଏବଂ ଅନୁଶାସନପ୍ରିୟ ଲୋକ ଥିଲେ। ସେ ନିଜ ପିଲାମାନଙ୍କ ସହିତ ଖୁବ୍ କମ୍ କଥାବାର୍ତ୍ତା କରୁଥିଲେ।ପିଲାଙ୍କୁ ବିଗାଡ଼ିବାକୁ ଚାହୁଁନଥିଲେ

ଋଷି ନିଜ ପିଲାମାନଙ୍କୁ ସାଧାରଣ ପିଲାଙ୍କ ପରି ସଂସ୍କାରୀ, ମିତବ୍ୟୟୀ ତଥା ସ୍ଵାବଲମ୍ବୀ କରିବାକୁ ଚାହୁଁଥିଲେ। ଯେତେବେଳେ ଋଷିଙ୍କ ପୁଅ ରଣବୀର ୧୬ ବର୍ଷର ହୋଇଥିଲେ ସେତେବେଳେ ସେ ନିଜ ମା’ ନୀତୁଙ୍କୁ ଗୋଟିଏ କାର୍ କିଣି ଦେବାକୁ କହିଥିଲେ। କିନ୍ତୁ ଋଷି ମନା କରିଦେଇଥିଲେ। କାରଣ ସେ ନିଜ ପିଲାମାନଙ୍କୁ ବିଗାଡ଼ିବାକୁ ଚାହୁଁନଥିଲେ। ତେଣୁ ସେ ସେମାନଙ୍କୁ ଖୁବ୍ କମ୍ ଟଙ୍କା ଖର୍ଚ୍ଚ କରିବାକୁ ଦେଉଥିଲେ।

ଟିକେ କଞ୍ଜୁସ ଥଲେ

ଋଷି ଟିକେ କଞ୍ଜୁସ୍ ପ୍ରକୃତିର ଲୋକ ଥିଲେ। ଲୋକଙ୍କୁ ଉପହାର ଦେବାକୁ ସେ ପସନ୍ଦ କରୁନଥିଲେ। ଏ ବିଷୟରେ ଋଷିଙ୍କ ପତ୍ନୀ ନୀତୁ ସିଂ ମଧ୍ୟ କେତେକ ସାକ୍ଷାତକାରରେ ସ୍ଵୀକାର କରିଛନ୍ତି। ତେବେ ଋଷି ଖାଇବା ପିଇବାରେ ଅନେକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସାଧାରଣ ଖର୍ଚ୍ଚ ପାଇଁ କଞ୍ଜୁସୀ କରୁଥିଲେ ବୋଲି ନୀତୁ ଅନେକବାର ପ୍ରକାଶ କରିଛନ୍ତି।BGUକପୁର ପରିବାରର ସବୁଠୁ ଭଲ ଅଭିନେତା

ଋଷି କପୁରଙ୍କ ଅଭିନୟ ବଳିଷ୍ଠ ହେବା ସହ ଜୀବନ୍ତ ଲାଗୁଥିଲା। ତେଣୁ ଲତା ମଙ୍ଗେସକର ତାଙ୍କୁ କପୁର ପରିବାରର ସବୁଠୁ ଭଲ ଅଭିନେତା ବୋଲି କହୁଥିଲେ। ହିରୋଠାରୁ ଆରମ୍ଭ କରି ଚରିତ୍ର ଅଭିନେତା ପର୍ଯ୍ୟନ୍ତ ସବୁ ପ୍ରକାର ଅଭିନୟକୁ ସେ ନିଖୁଣ ଭାବେ ନିଭାଉଥିଲେ।

Comment