ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ ସେଲିବ୍ରିଟି ରିଆଲିଟି ସୋ’ ‘ବିଗବସ୍’ର ନୂଆ ସିଜନ୍ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ପ୍ରଶଂସକମାନେ ପ୍ରତିଯୋଗୀଙ୍କ ତାଲିକା ସଂପର୍କରେ ଜାଣିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ତେବେ ବି-ଟାଉନରୁ ଶୁଣିବାକୁ ମିଳୁଛି ଯେ, ଆତ୍ମଘୋଷିତ ଗୁରୁ ରାଧେ ମା’ ‘ବିଗବସ୍-୧୪’ ରେ ସାମିଲ ହୋଇପାରନ୍ତି।
ବିଗବସ୍ର ନିର୍ମାତାମାନଙ୍କ ପକ୍ଷରୁ ଏଯାଏଁ କୌଣସି ପ୍ରତିଯୋଗୀ ତାଲିକା ପ୍ରକାଶ ହୋଇନାହିଁ। ତେବେ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ଏଥର ସିଜନ୍ରେ ରାଧେ ମା’ଙ୍କୁ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିବାପାଇଁ ନିର୍ମାତାମାନେ ଅଫର ଦେଇଥିବା ସୂଚନା ମିଳିଛି। ମାତ୍ର ରାଧେ ମା’ଙ୍କ ପକ୍ଷରୁ ଏ ବିଷୟରେ କିଛି ସ୍ପଷ୍ଟତା ଦିଆଯାଇନାହିଁ।
ଗତଥର ମଧ୍ୟ ତାଙ୍କୁ ବିଗବସ୍ପାଇଁ ଅଫର୍ ମିଳିଥିଲା। ତେବେ ସେ ଚଳିତଥର ପ୍ରତିଯୋଗୀଭାବେ ସାମିଲ ହୋଇପାରନ୍ତି। ଯଦି ରାଧେ ମା’ ବିଗବସ୍ ଆସନ୍ତି ତେବେ ସୋ’ର ଟିଆରପିରେ ଚାର୍ଚାନ୍ଦ ଲାଗିଯିବ ବୋଲି ଚର୍ଚ୍ଚା ହେଉଛି। ଅକ୍ଟୋବର ମାସରେ ବିଗବସ୍-୧୪ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି।