ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡର ସୁପରହିଟ୍ ଯୋଡ଼ି କୁହାଯାଉଥିବା ବର୍ଷା-ଅନୁଭବଙ୍କ ବିବାଦକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଗତକାଲି ବର୍ଷାଙ୍କ ଅଭିଯୋଗ ସାମ୍ନାକୁ ଆସିବା ପରେ ଆଜି ଅନୁଭବ ମହାନ୍ତି ବର୍ଷାଙ୍କଠାରୁ ଛାଡ଼ପତ୍ର ପାଇଁ ଦିଲ୍ଲୀ ପଟିଆଲା ହାଉସ୍‌ରେ ପିଟିସନ୍ ଦାଖଲ କରିଥିବା ଜଣାପଡ଼ିଛି। ଗତ ଜୁଲାଇ ୧୯ ତାରିଖରେ ଅନୁଭବ ଏହି ପିଟିସନ୍ ଦାଖଲ କରିଥିଲେ। ତେବେ ଏହି ପିଟିସନ୍‌ର ଶୁଣାଣି ଆସନ୍ତା ଅକ୍ଟୋବର ୭ ତାରିଖକୁ ଧାର୍ଯ୍ୟ କରାଯାଇଛି।

ଛାଡ଼ପତ୍ର ପିଟିସନ୍ ଦାଏର କରିବା ପୂର୍ବରୁ ଆପୋସ ଆଲୋଚନାରେ ପରସ୍ପରଠାରୁ ଅଲଗା ହେବାକୁ ଚେଷ୍ଟା କରିଥିଲେ ବୋଲି ଅନୁଭବଙ୍କ ଓକିଲ ଅଶ୍ଵିନୀ ଦୁବେ କହିଛନ୍ତି। ଅନୁଭବ ଏନେଇ ବର୍ଷାଙ୍କୁ ମେସେଜ୍ ଏବଂ ଇ-ମେଲ୍ ଜରିଆରେ ଲେଖି ପଠାଇଥିଲେ। ଗତ ଜାନୁଆରୀ/ଫେବୃଆରୀ ମାସରୁ ସେ ଚେଷ୍ଟା ଚଳାଇଥିଲେ। କିନ୍ତୁ ସବୁ ଚେଷ୍ଟା ବିଫଳ ହେବାରୁ ସେ ଛାଡ଼ପତ୍ର ପାଇଁ ପିଟିସନ୍ ଦାଖଲ କରିଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି।

ବିବାହ ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନଥିଲା। ବର୍ଷା ଅନୁଭବଙ୍କ ପରିବାର ସଦସ୍ୟଙ୍କୁ ଭଲ ବ୍ୟବହାର କରୁନଥିଲେ। ଏଥିସହ ସେମାନଙ୍କ ସହ ବର୍ଷା ଭଲ ସମ୍ପର୍କ ରଖିନଥିଲେ ବୋଲି ଅନୁଭବ ଅଭିଯୋଗ କରିଛନ୍ତି।BGUସେହିପରି ଦୀର୍ଘ ୬ ବର୍ଷର ଦାମ୍ପତ୍ୟ ଜୀବନରେ ସେମାନେ କେବଳ ୧୮ ମାସ ପାଇଁ ଏକା ସାଙ୍ଗରେ ରହିଥିଲେ। ବର୍ଷା ଅଧିକାଂଶ ସମୟ ନିଜ ବାପ ଘରେ ରହୁଥିଲେ। ଅନୁଭବଙ୍କୁ ସେ ଖରାପ ବ୍ୟବହାର କରୁଥିଲେ। ଏପରି ଅନେକ ସଙ୍ଗୀନ ଅଭିଯୋଗ ଆଣି ସେ ଜଣେ ଭଲ ସ୍ତ୍ରୀ କିମ୍ବା ଭଲ ବୋହୂ ହେବାରେ ବିଫଳ ହୋଇଛନ୍ତି ବୋଲି ଅନୁଭବ ନିଜ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି।

ଆସନ୍ତାକାଲି ଏସ୍‌ଡିଜେଏମ୍‌ କୋର୍ଟରେ ବର୍ଷାଙ୍କ ପିଟିସନ୍‌ର ଶୁଣାଣି ହେବ।

Comment