ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଅବଢ଼ା ଉପରେ ଲାଗୁ ହୋଇଛି କଟକଣା। ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗ ପକ୍ଷରୁ ବରାଦି ମହାପ୍ରସାଦ ଉପରେ ଏହି କଟକଣା ଜାରି କରାଯାଇଛି। ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ସୂଚନା ଦେଇଛନ୍ତି।

ଏହି କଟକଣା ଅନୁସାରେ ଏଣିକି ଆବଶ୍ୟକତା ଅନୁସାରେ ଅବଢ଼ା ରନ୍ଧା ହେବ। କେବଳ ପୁରୀ ସହର ଓ ସେବାୟତ ପରିବାରଙ୍କ ପାଇଁ ଅବଢ଼ା ରନ୍ଧା ହେବ। ଆନୁମାନିକ ହଜାରରୁ ଦେଢ଼ ହଜାର ଲୋକଙ୍କ ପାଇଁ ପ୍ରତିଦିନ ଅବଢ଼ା ପ୍ରସ୍ତୁତ ହେବ। ଏଥିସହ ପୁରୀ ଜିଲ୍ଲା ବାହାରକୁ ମହାପ୍ରସାଦ ଯିବନାହିଁ ବୋଲି କୃଷ୍ଣଚନ୍ଦ୍ର ପ୍ରତିହାରୀ ସୂଚନା ଦେଇଛନ୍ତି।BGUବର୍ତ୍ତମାନ ସୁଦ୍ଧା ପୁରୀ ଜିଲ୍ଲାରୁ ୪,୪୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩,୨୫୯ ଜଣ ସୁସ୍ଥ ହୋଇଥିବା ବେଳେ ୧,୧୪୫ ଜଣ ସକ୍ରିୟ ଅଛନ୍ତି। ଏଥିସହ ୧୬ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment