ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭା ଅଧିବେଶନ ପରିଚାଳନା ନେଇ ସୋମବାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଧାନସଭା ଅଧିବେଶନରେ କରୋନା ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଅଧିବେଶନ ପୂର୍ବରୁ ଏବଂ ପରେ ବିଧାୟକ ଓ ଷ୍ଟାଫଙ୍କର କରୋନା ଟେଷ୍ଟ କରାଯିବ। ଯେବେ ଅଧିବେଶନ ବସିବ ତା’ର ୨ ଦିନ ପୂର୍ବରୁ କରୋନା ଟେଷ୍ଟ କରାଯିବ।BGU

ବିଧାନସଭାରେ ସ୍ୱତନ୍ତ୍ର କାଉଣ୍ଟର ହୋଇ ଆରଟି-ପିସିଆର୍‌ ଟେଷ୍ଟ କରାଯିବ। ସେହିପରି ଅଧିବେଶନର ୫ ଦିନ ପରେ ବିଧାୟକମାନଙ୍କର ରାପିଡ ଟେଷ୍ଟ କରାଯିବ। ବିଧାନସଭାକୁ ଆସୁଥିବା ବରିଷ୍ଠ ଅଧିକାରୀଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯିବ।

ଯେଉଁମାନଙ୍କର ରିର୍ପୋର୍ଟ ନେଗେଟିଭ୍‌ ଥିବ, ସେମାନଙ୍କୁ ମିଳିବ ଅନୁମତି। ବୈଠକ ନିଷ୍ପତ୍ତି ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ମୌସୁମୀ ଅଧିବେଶନ ବସିପାରେ। ଏନେଇ କିଛି ଦିନ ତଳେ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଥିଲେ।

Comment