ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କୁ ‘Y’ ବର୍ଗର ସୁରକ୍ଷା ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ କଙ୍ଗନାକୁ ଏକ ଏହି ସୁରକ୍ଷା ଦେଇଛି। କଙ୍ଗନା ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ତୀବ୍ର ହେବା ପରେ କଙ୍ଗନାଙ୍କୁ କେନ୍ଦ୍ର ସରକାର ସୁରକ୍ଷା ଯୋଗାଇଛନ୍ତି।

ସେପ୍ଟେମ୍ବର ୯ରେ ଯେତେବେଳେ କଙ୍ଗନା ମୁମ୍ବାଇରେ ପହଞ୍ଚିବେ ତାଙ୍କୁ ସେତେବେଳେ ତାଙ୍କୁ ଏହି ସୁରକ୍ଷା ମିଳିବ। ତାଙ୍କ ସୁରକ୍ଷା ଅଧୀନରେ ୧୧ ଜଣ ଯବାନ ନିୟୋଜିତ ହେବେ।BGU

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଦେଲେ କଙ୍ଗନା

ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କଙ୍ଗନା ଏବେ ଟ୍ରେଣ୍ଡରେ ଅଛନ୍ତି। ନିଜର ବୟାନ ପାଇଁ ଶିବସେନା କଙ୍ଗନାଙ୍କ ଉପରେ ଆକ୍ରମଣକାରୀ ପାଲଟିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗନାଙ୍କ ବାପା ହିମାଚଳ ପ୍ରଦେଶ ସରକାରଙ୍କଠାରୁ ପୋଲିସର ସୁରକ୍ଷା ଦାବି କରିଥିଲେ। ଏବେ କିନ୍ତୁ କେନ୍ଦ୍ର ସରକାର ତାଙ୍କୁ ସୁରକ୍ଷା ଦେଇଛନ୍ତି। ଏଥିପାଇଁ ଗୃହମନ୍ତ୍ରୀଙ୍କୁ ଟୁଇଟ କରି ଧନ୍ୟବାଦ ଜଣାଇଛନ୍ତି କଙ୍ଗନା।

କ’ଣ ପୂରା ମାମଲା ?

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନିଜକୁ ମୁମ୍ବାଇରେ ଅସୁରକ୍ଷିତ ମନେ କରୁଥିବା କଙ୍ଗନା କହିଥିଲେ। ମୁମ୍ବାଇପାକିସ୍ତାନ ଅଧିକୃତ କାଶ୍ମୀର ଭଳି ଲାଗୁଛି ବୋଲି କଙ୍ଗନା କହିଥିଲେ। ଏହାପରେ କଙ୍ଗନାଙ୍କ ସୁରକ୍ଷା ପାଇଁ ବିଜେପି ନେତା ରାମ କଦମ ଦାବି କରିଥିଲେ। ଏଥିରେ କଙ୍ଗନା କହିଥିଲେ ଯେ ତାଙ୍କୁ ମମ୍ବାଇ ପୋଲିସର ସୁରକ୍ଷା ଦରକାର ନାହିଁ । ତାଙ୍କୁ ହିମାଚଳ ପ୍ରଦେଶ ସରକାର କିମ୍ବା କେନ୍ଦ୍ର ସରକାର ସୁରକ୍ଷା ଯୋଗାଇ ଦିଅନ୍ତୁ। ଏହାର ଜବାବ ଦେଇ ସଞ୍ଜୟ କହିଥିଲେ‘‘ଆପଣ ମୁମ୍ବାଇ ଆସନ୍ତୁ ନାହିଁ। ଆପଣ ମୁମ୍ବାଇ ପୋଲିସର ଅପମାନ କରିଛନ୍ତି’’। ସଞ୍ଜୟଙ୍କ ଏହି କଥାକୁ ଚାଲେଞ୍ଜ କରି ୯ ତାରିଖରେ ମୁମ୍ବାଇ ଆସିବାକୁ ସ୍ଥିର କରିଛନ୍ତି କଙ୍ଗନା।

Comment