ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇସ୍ଥିତ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ଅଫିସକୁ ସିଲ କରିଛି ବିଏମ୍‌ସି। ଏନେଇ କଙ୍ଗନାଙ୍କୁ ନୋଟିସ ମଧ୍ୟ ଦିଆଯାଇଛି। ନୋଟିସରେ ନକ୍‌ସା ମୁତାବିକ ଅଫିସ ନିର୍ମାଣ ହୋଇନଥିବା ଦର୍ଶାଯାଇଛି। ଅବୈଧ ଭାବେ କଙ୍ଗନା ତାଙ୍କ ଅଫିସ ନିର୍ମାଣ କରିଛନ୍ତି। ନିୟମ ଉଲ୍ଲଙ୍ଘନ କରିଥିବା ରୁତାଙ୍କ ଅଫିସକୁ ସିଲ କରାଯାଇଛି ବୋଲି ବିଏମସି ପକ୍ଷରୁ କହାଯାଇଛି।

ଅନ୍ୟପକ୍ଷରେ କଙ୍ଗନାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ସୁରକ୍ଷା ମିଳିବା ପରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛନ୍ତି ସିଆରିଏଫ ଯବାନ। ଆସନ୍ତାକାଲି ମୁମ୍ବାଇ ଆସିବେ କଙ୍ଗନା।BGU

ସେହିପରି କଙ୍ଗନାଙ୍କ ବୟାନକୁ ନେଇ ମହାରାଷ୍ଟ୍ର ବିଧାନସଭାରେ ସରଗରମ ହୋଇଛି ଆଲୋଚନା। କଙ୍ଗନାଙ୍କ ଡ୍ରଗ୍ସ ଲିଙ୍କ୍‌ ନେଇ ମୁମ୍ବାଇ ପୋଲିସ ତଦନ୍ତ କରିବ ବୋଲି କହିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ।

Comment