ଓଡ଼ିଶାଲାଇଭ୍ ବ୍ୟୁରୋ

ଡ୍ରଗ୍ସ ଲିଙ୍କ୍ ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ପ୍ରତିକ୍ରିୟ ରଖିଛନ୍ତି ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ। ଭଗବାନ ତାଙ୍କ ସହିତ ଅଛନ୍ତି ବୋଲି ସେ ଟୁଇଟ୍ କରି ନିଜର ପ୍ରତିକ୍ରିୟା ରଖିଛନ୍ତି।

୩ ଦିନର ମାରାଥନ ଜେରା ପରେ ଆଜି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ରିୟାଙ୍କୁ ଗିରଫ କରିଛି। ଗିରଫ ହେବା ପରେ ସର୍ବପ୍ରଥମେ ରିୟାଙ୍କ ମେଡିକାଲ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। ମେଡିକାଲ ଟେଷ୍ଟ ପରେ ରିୟାଙ୍କୁ କୋର୍ଟରେ ହାଜର କରାଯିବ। ରିୟାଙ୍କୁ ରିମାଣ୍ଡରେ ନେବା ପାଇଁ ଏନସିବି କୋର୍ଟରେ ଆବେଦନ କରିପାରେ ବୋଲି ଜଣାପଡ଼ିଛି।BGUରବିବାର ଦିନ ଛଅ ଘଣ୍ଟା ଏବଂ ସୋମବାର ଆଠ ଘଣ୍ଟା ପାଇଁ ରିୟାଙ୍କୁ ଏନସିବି ପଚରାଉଚରା କରିଥିଲା। ଆଜି ତୃତୀୟ ଦିନରେ ରିୟାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ରିୟାଙ୍କ ଭାଇ ସୌଭିକ ଏବଂ ଅଭିନେତା ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ସାମୁଏଲଙ୍କୁ ଗିରଫ କରିଛି ଏନସିବି।

Comment