ଓଡ଼ିଶାଲାଇଭ୍ ବ୍ୟୁରୋ

  • କଙ୍ଗନାଙ୍କ ଅଫିସକୁ ଭାଙ୍ଗିଲା ମୁମ୍ବାଇ ମ୍ୟୁନିସିପାଲଟି
  • ଅଫିସ ଭାଙ୍ଗିବା ପରେ ବର୍ଷିଲେ କଙ୍ଗନା ରଣାୱତ
  • ମହାରାଷ୍ଟ୍ରରେ ଚାଲିଛି ବାବରରାଜ – କଙ୍ଗନା

ମୁମ୍ବାଇସ୍ଥିତ ନିଜ ଅଫିସ୍ ଭଙ୍ଗାଯିବା ପରେ ମହାରାଷ୍ଟ୍ର ସରକାର ଉପରେ ବର୍ଷିଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ। ମହାରାଷ୍ଟ୍ର ସରକାରଙ୍କୁ ବାବର ସହ ତୁଳନା କରିବା ସହିତ ମୁମ୍ବାଇକୁ ସେ ପିଓକେ ବୋଲି କହିଛନ୍ତି। ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି।

ବ୍ରେହାନ ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ ପକ୍ଷରୁ ଆଜି ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଫିସକୁ ବେଆଇନ୍ ଦର୍ଶାଯାଇ ଭଙ୍ଗାଯାଉଛି। ଯାହାକୁ ନେଇ ଟୁଇଟରେ ପ୍ରତିକ୍ରିୟା ରଖିଛନ୍ତି କଙ୍ଗନା।

ଟୁଇଟରରେ କଙ୍ଗନା ଲେଖିଛନ୍ତି, “ ମଣିକର୍ଣ୍ଣିକା ଫିଲ୍ମସର ପ୍ରଥମ ଫିଲ୍ମ ଅଯୋଧ୍ୟାର ଘୋଷଣା ହୋଇଛି। ଏ ଘର ମୋ ପାଇଁ ରାମମନ୍ଦିର। ଆଜି ଏଠାକୁ ବାବର ଆସିଛି। ଆଜି ଇତିହାସ ପୁଣି ଦୋହରିବ, ରାମ ମନ୍ଦିର ଭାଙ୍ଗିବ। ହେଲେ ମନେରଖ ବାବର ମନ୍ଦିର ପୁଣି ତିଆରି ହେବ, ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ।”

କଙ୍ଗନା ଏହି ଟୁଇଟରେ ମହାରାଷ୍ଟ୍ର ସରକାରଙ୍କୁ ବାବର ସହ ତୁଳନା କରିବା ସହ ନିଜ ଅଫିସକୁ ରାମ ମନ୍ଦିର ବୋଲି ବିବେଚନା କରିଛନ୍ତି।

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ କଙ୍ଗନା ସବୁବେଳେ ପ୍ରତିକ୍ରିୟା ରଖିଆସିଛନ୍ତି। ଏହା ପଛରେ ମୁମ୍ବାଇ ଫିଲ୍ମ ଜଗତର ବହୁ ବଡ଼ ବଡ଼ କଳାକାର ସାମିଲ ଅଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ଗତ କିଛି ଦିନ ତଳେ ତାଙ୍କୁ ଏବେ ମୁମ୍ବାଇ ପିଓକେ ଭଳି ନଜର ଆସୁଛି ବୋଲି କଙ୍ଗନା କହିଥିଲେ।

କଙ୍ଗନାଙ୍କ ଏହି କଥାକୁ ନେଇ ଶିବସେନାର ନେତା ସଞ୍ଜୟ ରାଉତ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏପରିକି ଶିବସେନାର ତମାମ ନେତା କଙ୍ଗନାଙ୍କୁ ମୁମ୍ବାଇ ନଆସିବାକୁ କହିଥିଲେ। ହେଲେ ଏସବୁକୁ ବେଖାତିର କରି ଆଜି କଡ଼ା ସୁରକ୍ଷା ଭିତରେ କଙ୍ଗନା ମୁମ୍ବାଇ ଫେରିଛନ୍ତି।

Comment