ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ବହୁତ ଭଲ ପ୍ରଫେସନରେ ଥିଲେ ମଧ୍ୟ ଅଭିନୟ ପାଇଁ ସେସବୁ ଛାଡ଼ି ଦେଇଛନ୍ତି। ଜାଣନ୍ତୁ ସେମିତି କିଛି କଳାକାରଙ୍କ ବିଷୟରେ ଯେଉଁମାନେ ଇଞ୍ଜିନିୟରରୁ ବନିଛନ୍ତି ବଲିଉଡ ଷ୍ଟାର।

ବିକ୍କି କୌଶଲ

ବଲିଉଡର ଟ୍ୟାଲେଣ୍ଟେଡ୍ ଆକ୍ଟର ବିକ୍କି କୌଶଲ ମୁମ୍ବାଇର ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜିରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲି କମ୍ୟୁନିକେସନରେ ଇଞ୍ଜିନିୟରିଂ କରିଛନ୍ତି। କିନ୍ତୁ ବିକ୍କି ଏବେ ଅଭିନୟ ଜଗତରେ ସକ୍ରିୟ ଅଛନ୍ତି।ସୁଶାନ୍ତ ସିଂ ରାଜପୁତ

ଦିବଂଗତ ଅଭିନେତା ସୁଶାନ୍ତ ଦିଲ୍ଲୀରେ ମେକାନିକାଲ ଇଞ୍ଜିନିୟରିଂ କରିଛନ୍ତି। ପାଠ ପଢ଼ୁଥିବା ସମୟରେ ହିଁ ସେ ଅଭିନୟ ଜଗତରେ ପାଦ ଥାପିଥିଲେ। ପରେ ଇଞିନିୟରିଂ ଛାଡ଼ି ସେ ଅଭିନୟକୁ ପେସା ଭାବେ ବାଛିଥିଲେ।

ତାପସୀ ପନ୍ନୁ

‘ଥାପ୍ପଡ’ ଗର୍ଲ ତାପସୀ ପନ୍ନୁ ଦିଲ୍ଲୀର ଗୁରୁ ତେଗ୍ ବାହାଦୁର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ଏବେ ସେ ବଲିଉଡ ସମେତ ଦକ୍ଷିଣ ଭାରତୀୟ ଫିଲ୍ମ ଜଗତରେ ସକ୍ରିୟ ଅଛନ୍ତି।

ରିତେଶ ଦେଶମୁଖ

ରିତେଶ ଦେଶମୁଖ ସିଭିଲ୍ ଇଞ୍ଜିନିୟରିଂ ପଢ଼ିଛନ୍ତି। କିନ୍ତୁ ପରେ ସେ ଅଭିନୟକୁ ନିଜ ନିଶା ଓ ପେସା କରିଛନ୍ତି।କୃତି ସାନନ୍

କୃତି ନୋଏଡାର ଜେପି କଲେଜରୁ ଆଇଟି ଇଞ୍ଜିନିୟରିଂ କରିଛନ୍ତି। କିନ୍ତୁ ସେ ବି ବଲିଉଡ ପାଇଁ ଇଞ୍ଜିନିୟରିଂ କ୍ୟାରିଅରକୁ ଛାଡ଼ି ଦେଇଛନ୍ତି।

କାର୍ତ୍ତିକ ଆର୍ଯ୍ୟନ

କାର୍ତ୍ତିକ ବାୟୋଟେକ୍ନୋଲୋଜିରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। କିନ୍ତୁ ପାଠ ପଢ଼ିବା ସମୟରେ ହିଁ ତାଙ୍କୁ ବଲିଉଡରେ ଅଭିନୟ କରିବାକୁ ଅଫର୍ ମିଳିଥିଲା। ତେଣୁ ସେ ଏବେ ଇଞ୍ଜିନିୟରିଂ ଛାଡ଼ି ବଲିଉଡରେ ବ୍ୟସ୍ତ ଅଛନ୍ତି।

ଅମିଷା ପଟେଲ

ଅମିଷା ବାୟୋଜେନେଟିକ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। କିନ୍ତୁ ବଲିଉଡରେ କ୍ୟାରିଅର କରିବା ପାଇଁ ସେ ଇଞ୍ଜିନିୟରିଂ ଛାଡ଼ି ଦେଇଛନ୍ତି।BGUସୋନୁ ସୁଦ

ସୋନୁ ନାଗପୁରର ଯଶଓ୍ଵନ୍ତରାଓ ଚୌହାନ କଲେଜରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। କିନ୍ତୁ ଅଭିନୟ କରିବା ପାଇଁ ମୁମ୍ବାଇ ଆସିବା ପରେ ଇଞ୍ଜିନିୟରିଂରୁ ଦୂରେଇ ଯାଇଛନ୍ତି।

ଆର୍ ମାଧବନ୍

ମାଧବନ୍ କୋହ୍ଲାପୁରର ରାଜାରାମ କଲେଜରୁ ଇଲେକ୍ଟ୍ରୋନିକ୍ସରେ ଇଞ୍ଜିନିୟରିଂ କରିଛନ୍ତି। କିନ୍ତୁ ସେ ଫିଲ୍ମ କ୍ୟାରିଅର ପାଇଁ ଇଞ୍ଜିନିୟର ହେବା ସ୍ଵପ୍ନଠାରୁ ଦୂରେଇ ଯାଇଛନ୍ତି।ନାଗାର୍ଜୁନ

ନାଗାର୍ଜୁନ ଫିଲ୍ମ ଜଗତକୁ ଆସିବା ପୂର୍ବରୁ ମିଚିଗାନ ୟୁନିଭର୍ସିଟିରେ ଅଟୋମୋବାଇଲ ଇଞ୍ଜିନିୟରିଂ କରିଥିଲେ।

କାଦର ଖାନ୍

ବଲିଉଡର ହାସ୍ୟ ଅଭିନେତା କାଦର ଖାନ ଫିଲ୍ମକୁ ଆସିବା ପୂର୍ବରୁ ଜଣେ ଇଞ୍ଜିନିୟର ଥିଲେ।

Comment