ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଗୀତିକାର ଶାରଦା ପ୍ରସନ୍ନ ନାୟକଙ୍କ ପରଲୋକ। ଭୁବନେଶ୍ଵରର ଏକ ଘରୋଇ ହସପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ୯୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଶାରଦାଙ୍କ ପରଲୋକ ନେଇ ତାଙ୍କ ସାନଭାଇ ସଂଗୀତଜ୍ଞ ସ୍ଵରୂପ ନାୟକ ସୂଚନା ଦେଇଛନ୍ତି।

୧୯୫୫ ମସିହାରେ ‘ଜୟଦେବ’ ଚଳଚ୍ଚିତ୍ରରୁ ପ୍ରଥମକରି ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିଥିଲେ ଶାରଦା। ଏଥିସହ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇ ସେ ସଫଳ ହୋଇ ପାରିଥିଲେ।BGUନିର୍ଦ୍ଦେଶନା ବ୍ୟତୀତ ସଂଳାପ ରଚନା ପାଇଁ ଓଡ଼ିଆ ସିନେ ଜଗତରେ ସେ ବେଶ୍ ପ୍ରସିଦ୍ଧ। ଅନେକ ଚଳଚ୍ଚିତ୍ର ପାଇଁ ନିର୍ଦ୍ଦେଶନା ଦେଇ ଏବଂ ସଂଳାପ ରଚନା କରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ବିଶିଷ୍ଟ ସ୍ଥାନ ଅକ୍ତିଆର କରିଥିଲେ ଶାରଦା। ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଏକ ବିରାଟ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି।

Comment