ଓଡ଼ିଶାଲାଇଭ୍ ବ୍ୟୁରୋ

ହୋମ୍‌ ଟାଉନ ହିମାଚଳ ପ୍ରଦେଶରୁ ଆଜି ମୁମ୍ବାଇ ଆସୁଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ। କରୋନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ମୁମ୍ବାଇ ଆସିବାକୁ ଅନୁମତି ଦିଆଯାଇଛି। କଙ୍ଗନାଙ୍କୁ କେନ୍ଦ୍ର ସରକାର ‘y’ ଶ୍ରେଣୀର ସୁରକ୍ଷା ପ୍ରଦାନ କରିଛନ୍ତି।

ଏନେଇ କଙ୍ଗନା କହିଛନ୍ତି,‘‘ମୋର ମୁମ୍ବାଇ ଆସିବାକୁ ବିରୋଧ କରିବା ଅତ୍ୟନ୍ତ ନିନ୍ଦନୀୟ। ମୁଁ ରାଣୀ ଲକ୍ଷ୍ମୀବାଈଙ୍କ ଆଦର୍ଶରେ ଚାଲୁଛି। ନା କାହାକୁ ଡରିବି, ନା ମୁଣ୍ଡ ନୁଆଇଁବି।’’

ଅଭିନେତା ସୁଶାନ୍ତଙ୍କ ମୃତ୍ୟୁପରେ କଙ୍ଗନା ବିବାଦୀୟ ହୋଇପଡ଼ିଛନ୍ତି। ମୁମ୍ବାଇକୁ କଙ୍ଗନା ପାକ୍‌ ଅଧିକୃତ କଶ୍ମୀର ସହ ତୁଳନା କରି ଶିବାସନା ଆକ୍ରୋଶ ଶିକାର ହୋଇଥିଲେ। ଶିବସେନା ନେତା ସଞ୍ଜୟ ରାଉତ କଙ୍ଗନା ମୁମ୍ବାଇ ନ ଆସନ୍ତୁ ବୋଲି କହିଥିଲେ। ସଞ୍ଜୟଙ୍କ ଏହି ବୟାନକୁ ଚାଲେଞ୍ଜ କରି ଆଜି ମୁମ୍ବାଇ ଆସୁଛନ୍ତି କଙ୍ଗନା।

Comment