ଓଡ଼ିଶାଲାଇଭ୍‌ ବ୍ୟୁରୋ

କଡ଼ା ସୁରକ୍ଷା ମଧ୍ୟରେ ମୁମ୍ବାଇରେ ପହଞ୍ଚିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ।  ମୁମ୍ବାଇରେ କଙ୍ଗନାଙ୍କ ବିରୋଧରେ ଶିବସେନା ବିକ୍ଷୋଭ ପ୍ରଦର୍ଶନ କରିଛି। ଏୟାରପୋର୍ଟରେ କଳାପତାକା ଦେଖାଇ କଙ୍ଗନାଙ୍କୁ ବିରୋଧ କରିଛନ୍ତି ଶିବସେନା ସମର୍ଥକ। ଅନ୍ୟପଟେ କଙ୍ଗନାଙ୍କୁ ସମର୍ଥନ କରି କର୍ଣ୍ଣି ସେନା ଏୟାରପୋର୍ଟରେ ମେଳି କରିଛି।

ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଚାଲେଞ୍ଜ କରି ଆଜି ମୁମ୍ବାଇ ଆସିଛନ୍ତି କଙ୍ଗନା। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ‘y’ ସୁରକ୍ଷା ପ୍ରଦାନ କରାଯାଇଛି। ତେବେ କଙ୍ଗନା ପ୍ରଥମେ ତାଙ୍କ ଅଫିସ ଯିବେ ନା ମୁମ୍ବାଇସ୍ଥିତ ତାଙ୍କ ବାସଗୃହକୁ ଯିବେ ତାହା ଜଣାପଡ଼ିନାହିଁ।BGU

ଅନ୍ୟପକ୍ଷରେ କଙ୍ଗନାଙ୍କ ଅଫିସଙ୍କୁ ଆଜି ବିଏମସି ପକ୍ଷରୁ ଅଧା ଭଙ୍ଗି ଦିଆଯାଇଛି। ମୁମ୍ବାଇ ହାଇକୋର୍ଟ ରହିତାଦେଶ ଲଗାଇବା ଘରଭଙ୍ଗା କାର୍ଯ୍ୟ ଅଧାରେ ରହିଛି। ତେଣୁ ପ୍ରଥମେ କଙ୍ଗନା ଅଫିସ ଯିବେ ଅନୁମାନ କରାଯାଉଛି।

Comment