ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵବାସୀଙ୍କ ପାଇଁ ଖୁସି ଖବର। ଅନେକ ପ୍ରତିକ୍ଷାର ଅନ୍ତ ପରେ ସାର୍ବଜନୀନ ହେବାକୁ ଯାଉଛି ବିଶ୍ଵର ପ୍ରଥମ କୋଭିଡ-୧୯ ଟିକା। ରୁଷ୍ ଦ୍ଵାରା ପ୍ରସ୍ତୁତ କରୋନା ଟିକା ‘ସ୍ପୁଟନିକ୍-ଭି’ର ପ୍ରଥମ ଦଫାକୁ ସର୍ବସାଧାରଣ ଯୋଗାଣ ପାଇଁ ଅନୁମତି ମିଳିଥିବା ନେଇ ସୂଚନା ମିଳିଛି।

ପ୍ରଥମ ପର୍ଯ୍ୟୟରେ ଏହି ଟିକା କେବଳ ରୁଷ୍‌ର ମସ୍କୋ ସହର ପାଇଁ ଉଦ୍ଦିଷ୍ଟ ହେବ। ପରେ ଏହାକୁ ରୁଷ୍‌ରେ ଆଞ୍ଚଳିକ ଯୋଗାଣ ପାଇଁ ଅନୁମତି ଦିଆଯିବ ବୋଲି ରୁଷ୍ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।ରୁଷ୍‌ର ସରକାରୀ ପ୍ରତିଷ୍ଠାନ ଗମାଲେଇ ଜାତୀୟ ଗବେଷଣା କେନ୍ଦ୍ର ଦ୍ଵାରା ଗତ ମାସ ୧୨ ତାରିଖରେ ଲୋକାର୍ପଣ ହୋଇଥିଲା କୋଭିଡ-୧୯ ଚିକା ‘ସ୍ପୁଟନିକ୍-ଭି’। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ନିୟମ ଅନୁସାରେ କୌଣସି ଟିକାର ସାର୍ବଜନୀନ ବ୍ୟବହାର ପାଇଁ ତିନୋଟି ପର୍ଯ୍ୟୟରେ ନୈଦାନିକ ପରୀକ୍ଷଣ ହୋଇଥିବା ନିହାତି ଆବଶ୍ୟକ।BGU

ରୁଷ୍‌ ଦ୍ଵାରା ବିକଶିତ କୋଭିଡ-୧୯ ଟିକା ‘ସ୍ପୁଟନିକ୍-ଭି’କୁ ମାତ୍ର ଦୁଇଟି ପର୍ଯ୍ୟୟ ପରୀକ୍ଷଣ ପରେ ସାର୍ବଜନୀନ ବ୍ୟବହାର ପାଇଁ ଲୋକାର୍ପଣ କରାଯାଇଛି। ଯାହାକୁ ନେଇ ଅନେକ ବିଶେଷଜ୍ଞ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ପକ୍ଷରୁ ଏହାର ଫଳପ୍ରଦତାକୁ ନେଇ ପ୍ରଶ୍ନ ଉଠାଯାଇଛି। ଅନ୍ୟପଟେ ଏହାର ଫଳପ୍ରଦତା ଆଶାନୁରୂପକ ହେଉଥିବା ରୁଷ୍‌ର ସରକାରୀ ପ୍ରତିଷ୍ଠାନ ଗମାଲେଇ ଜାତୀୟ ଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି।

Comment