ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୨୧ ତାରିଖରୁ ଖୋଲିବ ସ୍କୁଲ। କେନ୍ଦ୍ର ସରକାରଙ୍କ ଅନଲକ ଗାଇଡଲାଇନ୍ ମୁତାବକ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଯାଇପାରିବେ। ପାଠପଢ଼ା ସମ୍ଭନ୍ଧୀୟ କୌଣସି ଅସୁବିଧା ଥିଲେ ସେମାନେ ସେଠାରେ ଏହାର ସମାଧାନ କରିପାରିବେ। ତେବେ ଏଥିପାଇଁ କେତେକ ସ୍ୱତନ୍ତ୍ର ନିୟମ ପାଳନ କରିବାକୁ ପଡ଼ିବ। ଏନେଇ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଏସଓପି ଜାରି କରାଯାଇଛି।BGUତେବେ ସ୍କୁଲ୍ ଯିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅଭିଭାବକଙ୍କ ଅନୁମତି ଆଣିବାକୁ ପଡ଼ିବ। ନଚେତ୍ ତାଙ୍କୁ ସ୍କୁଲ୍ ଯିବାକୁ ଅନୁମତି ଦିଆଯିବ ନାହିଁ। ଏଥିସହିତ କୋଭିଡ୍ ଗାଇଡଲାଇନର ସମସ୍ତ ନିୟମ ମଧ୍ୟ ପାଳନ କରିବାକୁ ପଡ଼ିବ ବୋଲି କୁହାଯାଇଛି। ଅନ୍ୟପଟେ ଅନଲାଇନ୍ ଜରିଆରେ ମଧ୍ୟ ପାଠପଢ଼ା ଚାଲୁରହିବ ବୋଲି କୁହାଯାଇଛି।

କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍

  • ସ୍କୁଲ ପାଠପଢ଼ା ସହିତ କର୍ତ୍ତୁପକ୍ଷମାନେ ଅନଲାଇନ୍ ପାଠପଢ଼ା ମଧ୍ୟ ଚାଲୁରଖିବେ।
  • ଛାତ୍ରଛାତ୍ରୀମାନେ ସ୍କୁଲ୍ ଆସିବାକୁ ଚାହୁଁଥିଲେ ଏଥିପାଇଁ ଅଭିଭାବକଙ୍କ ଅନୁମତି ଆଣିବାକୁ ପଡ଼ିବ। ଏହା ବାଧ୍ୟତାମୂଳକ ଅଟେ।
  • କଣ୍ଟେନମେଣ୍ଟ୍ ଜୋନରୁ କୌଣସି ଛାତ୍ରଛାତ୍ରୀ, ଶିକ୍ଷକ କିମ୍ବା କର୍ମଚାରୀ ସ୍କୁଲ୍ ଆସିପାରିବେ ନାହିଁ।
  • ସ୍କୁଲ୍ ଖୋଲିବା ପୂର୍ବରୁ ସବୁ କ୍ଲାସରୁମ୍, ବାଥରୁମ ଆଦିକୁ ସାନିଟାଇଜ୍ କରିବାକୁ ପଡ଼ିବ।
  • ଛାତ୍ରଛାତ୍ରୀମାନେ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବେ।
  • ଶିକ୍ଷକ ଓ କର୍ମଚାରୀମାନେ ମାସ୍କ ପିନ୍ଧିବା ସହିତ ସାନିଟାଇଜର ଆଦି ବ୍ୟବହାର କରିବେ।

Comment