ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୧ ମସିହାର ନୋବେଲ ଶାନ୍ତି ପୁରସ୍କାର ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି। ଇସ୍ରାଏଲ ଏବଂ ୟୁଏଇ ମଧ୍ୟରେ ଐତିହାସିକ ଶାନ୍ତି ଆଲୋଚନା କରାଇଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯାଉ ବୋଲି କୁହାଯାଇଛି।

ଆମେରିକୀୟ ଗଣମାଧ୍ୟମ ଅନୁଯାୟୀ, ନରୱେ ସଂସଦର ସଦସ୍ୟ ଖ୍ରୀଷ୍ଟିଆନ ତାଇବ୍ରିଙ୍ଗଙ୍କ ତରଫରୁ ଟ୍ରମ୍ପଙ୍କୁ ଏହି ପୁରସ୍କାର ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏନେଇ ସେ ତାଙ୍କର ପ୍ରସ୍ତାବ ନୋବେଲ କମିଟି ପାଖକୁ ପଠାଇଛନ୍ତି। ତାଇବ୍ରିଙ୍ଗ ସବୁବେଳେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଶଂସା କରୁଥିଲେ ଏବଂ ସେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହୁଥିଲେ। ଏଥିସହ ଟ୍ରମ୍ପ ଇସ୍ରାଏଲ ଏବଂ ୟୁଏଇ ମଧ୍ୟରେ ଦୀର୍ଘ ଦିନର ଶତ୍ରୁତାକୁ ଦୂର କରିଛନ୍ତି, ଯାହାକି କୌଣସି ଶାନ୍ତି ପୁରସ୍କାର ପାଇଁ ଯଥେଷ୍ଟ ବୋଲି ସେ କହିଛନ୍ତି।BGUକେବଳ ଏତିକି ନୁହେଁ ଜାମ୍ମୁ କାଶ୍ମୀରକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ବିବାଦର ସମାଧାନ, ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଥିବା ଶତ୍ରୁତାକୁ ଦୂର କରିବାକୁ ମଧ୍ୟ ଟ୍ରମ୍ପ ଚେଷ୍ଟା କରିଛନ୍ତି। ତେଣୁ ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ବାରାକ ଓବାମାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଏବେ ପୁଣିଥରେ ଜଣେ ଆମେରିକୀୟ ରାଷ୍ଟ୍ରପତିଙ୍କ ନାଁ ଏଥିପାଇଁ ପ୍ରସ୍ତାବ ଦିଆଯାଇଛି।

Comment