ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ରାପର୍ ରଫ୍‌ତାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ରଫ୍‌ତାର ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ହୋମ୍‌ କ୍ଵାରେଣ୍ଟାଇନ୍‌ରେ ଅଛନ୍ତି।

ରଫ୍‌ତାର ନିଜ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ଲେଖିଛନ୍ତି, “ମୁଁ ଆପଣଙ୍କୁ କିଛି କହିବାକୁ ଚାହୁଁଛି। ମୁଁ ରାଓଡିଜ୍ ସୁଟିଂ ପାଇଁ ଯିବାର ଥିଲା। ଏହା ପୂର୍ବରୁ ମୋଟ କୋଭିଡ୍ ଟେଷ୍ଟ କରାଗଲା। ମୋର ପ୍ରଥମ ଦୁଇଟି ଟେଷ୍ଟ ନେଗେଟିଭ୍ ଆସିଥିଲା କିନ୍ତୁ ତୃତୀୟଟି ପଜିଟିଭ୍ ଆସିଲା। ବିଏମ୍‌ସି ମୋତେ ସେଲ୍ଫ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦେଇଛି। ବର୍ତ୍ତମାନ ମୁଁ ହୋମ୍‌ କ୍ଵାରେଣ୍ଟାଇନ୍‌ରେ ଅଛି।”BGUସେ ଆହୁରି ଲେଖିଛନ୍ତି, “ମୁଁ ପରବର୍ତ୍ତୀ ଟେଷ୍ଟ ପାଇଁ ଅପେକ୍ଷା କରିଛି। କାରଣ ମୋତେ ଲାଗୁଛି ଏହା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଥାଇପାରେ। କାରଣ ମୁଁ ଏବେ ସମ୍ପୁର୍ଣ୍ଣ ସୁସ୍ଥ ଅଛି। ମୁଁ କୌଣସି ପ୍ରକାର ଲକ୍ଷଣ ମଧ୍ୟ ଅନୁଭବ କରୁନାହିଁ। କିନ୍ତୁ ନିଜକୁ ଆଇସୋଲେସନ୍‌ରେ ରଖିବା ମୋର କର୍ତ୍ତବ୍ୟ। ମୁଁ ସୁସ୍ଥ ଅଛି। ଆଗକୁ ମୋ ସ୍ଵାସ୍ଥ୍ୟ ବିଷୟରେ ମୁଁ ସୂଚନା ଦେବି।”

Comment