ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡ ଯୋଡ଼ି ବର୍ଷା-ଅନୁଭବଙ୍କ ଘରୋଇ କଳିରେ ଏବେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ନୂଆ କଥା ଦେଖିବାକୁ ମିଳୁଛି। ଗତକାଲି ମାନବାଧିକାର କମିସନ ଦୁହିଁଙ୍କ ସହ ସାକ୍ଷାତ କରିବା ପରେ ଏନେଇ ଟୁଇଟ୍ କରିଛନ୍ତି ଅନୁଭବ ମହାନ୍ତି।

ସେ ଲେଖିଛନ୍ତି ଯେ, “କାହାକୁ ବିଶ୍ୱାସ କରିବି ମାନବାଧିକାର କମିସନଙ୍କୁ ନାଁ ମୋ ସମ୍ମାନନୀୟ ବାପା ମା’ଙ୍କୁ।”

ଯଦି ବା ତାଙ୍କୁ ସଠିକ୍ ଉତ୍ତର ଜଣାଅଛି ତେବେ ବି ସେ ସମସ୍ତଙ୍କ ସହଯୋଗ ଚାହୁଁଛନ୍ତି ବୋଲି ଅନୁଭବ ଟୁଇଟର ଲେଖିଛନ୍ତି।

ଗତକାଲି ମାନବାଧିକାର କମିସନର ୫ଜଣ ସଦସ୍ୟା ଅନୁଭବ ଓ ବର୍ଷାଙ୍କୁ ତାଙ୍କ କଟକସ୍ଥିତ ବାସଭବନରେ ଦେଖା କରିଛନ୍ତି। ସେଠାରେ ସେମାନେ ଦୁହିଁଙ୍କ ସହିତ କଥାବାର୍ତ୍ତା କରିବା ସହିତ ତାଙ୍କ ଭିତରେ ଥିବା ବିବାଦ ତୁଟାଇବାକୁ ଚେଷ୍ଟା କରିଛନ୍ତି।BGUପାରିବାରିକ କଳହକୁ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ଅନୁଭବ ତାଙ୍କୁ ମାଡ଼ ମାରିବା ସହିତ ଅତ୍ୟଧିକ ମଦ ପିଇ ତାଙ୍କୁ ଗାଳିଗୁଲଜ କରିଥିବା ବର୍ଷା ଅଭିଯୋଗ କରିଥିଲେ। ଅନ୍ୟପଟେ ଅନୁଭବ କହିଛନ୍ତି ଯେ, ବର୍ଷା ବିବାହ ପରେ ତାଙ୍କ ଶାଶୁ ଶଶ୍ୱୁରଙ୍କ ସମ୍ମାନ ଦେଉନଥିଲେ। ଏପରିକି ସେ ତାଙ୍କ ଘରର ଖାଇବାକୁ ପସନ୍ଦ ନକରିବା ସହିତ ଅନୁଭବଙ୍କ ସହ ସମ୍ପର୍କ ମଧ୍ୟ ରଖୁନଥିଲେ ବୋଲି ସେ କହିଛନ୍ତି।

Comment