ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ସୁନ୍ଦରୀ ନାୟିକା ପ୍ରାଚୀ ଦେଶାଇଙ୍କ ଆଜି ଜନ୍ମଦିନ। ୧୯୮୮ ଆଜିର ଦିନରେ ସୁରତରେ ଜନ୍ମ ହୋଇଥିବା ପ୍ରାଚୀ ଆଜି ୩୨ ବର୍ଷ ବୟସରେ ପାଦ ଥାପିଛନ୍ତି। ଜନ୍ମଦିନରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ଏହି ଅବସରରେ ଆସନ୍ତୁ ଜାଣିବା ପ୍ରାଚୀ ଛୋଟ ପରଦାରୁ ବଡ଼ ପରଦାକୁ କେମିତି ପାଇଥିଲେ ଏଣ୍ଟ୍ରି।

ପ୍ରାଚୀଙ୍କୁ ବ୍ରେକ୍ ଦେଇଥିଲେ ଟେଲି ଦୁନିଆର କୁଇନ୍‍ ଏକତା କପୁର। ଏକତା ପ୍ରାଚୀଙ୍କୁ ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ମେଗା ସିରିଏଲ୍ ‘କସମ୍’ରେ ହିଁ ଲଞ୍ଚ୍ କରିଥିଲେ।

ଏହି ସିରିଏଲରେ ପ୍ରାଚୀ ଧମାକା କରି ରାତାରାତି ଷ୍ଟାର ବନିଯାଇଥିଲେ। ଟେଲି ନାୟିକାରୁ ସେ ସିନେ ନାୟିକା ବନିଥିଲେ। ଫରହାନ ଅଖତରଙ୍କ ବିପକ୍ଷରେ ‘ରକ୍ ଅନ’ ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ ପ୍ରାଚୀ। ପରେ ସେ ‘ୱାନସ୍ ଅପନ୍ ଏ ଟାଇମ୍ ଇନ ମୁମ୍ବାଇ’, ‘ବୋଲ ବଚ୍ଚନ’, ‘ଆଇ ମି ଔର ତୁମ୍’ ଭଳି ସିନେମାରେ ଲିଡ ରୋଲରେ ନଜର ଆସିଥିଲେ।

ଯଦଓ ଫିଲ୍ମ ଲାଇନରେ ପ୍ରାଚୀଙ୍କ ଜଲଓ୍ୱା ଏବେ ଆଗଭଳି ନାହିଁ କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ସ ଫଲୋଇଙ୍ଗ୍‌ କିଛି କମ୍‌ ନାହାନ୍ତି।

Comment