ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା

rashi fala

ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।

ତିଥି ପର୍ବଦିବସ: ରବିବାର ଆଶ୍ଵିନ ଶୁଦ୍ଧ କୃଷ୍ଣପକ୍ଷ ଏକାଦଶୀ ରାତ୍ରି ୦୩:୧୬:୪୬ ଗତେ ଦ୍ଵାଦଶୀ ତିଥି। ମିଥୁନଚନ୍ଦ୍ର ଦିବା ୧୦:୩୪ ଗତେ କର୍କଟଚନ୍ଦ୍ର। ପୁନର୍ବସୁ ଦିବା ୦୪:୩୩:୧୨ ଗତେ ପୁଷ୍ୟା। ପିତୃପକ୍ଷର ଏକାଦଶୀ ଶ୍ରାଦ୍ଧ। ଇନ୍ଦିରା ଏକାଦଶୀ (ସ୍ମାର୍ତ୍ତ)। ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କ ତିରୋଧାନ ଦିବସ (୧୩-୦୯-୨୦୧୨)। ଏକାଦଶୀ ତିଥିରେ ଶିମ୍ବ ଓ ଆମିଷ ଏବଂ ରାତ୍ରି ୦୩:୧୬:୪୬ ଗତେ ଦ୍ଵାଦଶୀ ତିଥିରେ ପୋଇ ଓ ମସୁରଡାଲି ଭକ୍ଷଣ ନିଷେଧ।rasifalaମେଷ: ଆଜି ଶୁଭାଶୁଭ ମିଶ୍ରିତ ଫଳ ପାଇବେ। ପୂର୍ବାହ୍ଣରେ ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ମଧ୍ୟ ରହିଛି।

କିନ୍ତୁ ଦିବା ୧୦:୩୪ ଗତେ ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ଇଷ୍ଟ ମନନଶୀଳ ରହନ୍ତୁ, ସବୁ ପ୍ରକାର ଅଶୁଭତ୍ଵ ହାତରୁ ନିଷ୍କୃତି ପାଇପାରିବେ।rasifalaବୃଷ: ସ୍ଵାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଅବାଞ୍ଛିତ ଖର୍ଚ୍ଚଠାରୁ ଦୂରରେ ରହନ୍ତୁ। ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ।

ଦିବା ୧୦:୩୪ ଗତେ ପରିସ୍ଥିତି ସୁଧୁରିବ। ହାତ ଦେଇଥିବା କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି।rasifalaମିଥୁନ: ଆଜି ଦିନଟି ଶୁଭାଶୁଭ ମିଶ୍ରିତ ଫଳ ମଧ୍ୟରେ ଅତିବାହିତ ହେବ। ପୂର୍ବାହ୍ଣରେ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ସହ ବନ୍ଧୁମିଳନ ଯୋଗ ଅଛି। କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ।

ଦିବା ୧୦:୩୪ ଗତେ ସ୍ଵାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ। ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ।rasifala  କର୍କଟ: ଆଜି ଦିନଟି ଶୁଭାଶୁଭ ମିଶ୍ରିତ ଫଳ ମଧ୍ୟରେ ବିତିବ। ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ସେଥି ପ୍ରତି ସତର୍କ ରୁହନ୍ତୁ। ନୂତନ ଦ୍ରବ୍ୟ କ୍ରୟ ବା ସତ୍‌କାର୍ଯ୍ୟରେ ଦାନ କରିପାରନ୍ତି। ଦିବା ୧୦:୩୪ ଗତେ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ।

ବସ୍ତ୍ର-ଆଭୂଷଣ ପ୍ରାପ୍ତି ସହ ବନ୍ଧୁମିଳନ ଯୋଗ ଅଛି। କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ପାଣିପାଗ ପରିବର୍ତ୍ତନ ସହ ଖାପ ଖୁଆଇ ଚଳିବାକୁ ଚେଷ୍ଟା କରନ୍ତୁ। ନ ହେଲେ କାଶ, ଥଣ୍ଡା ପରି ସମସ୍ୟାରେ ପୀଡ଼ିତ ହୋଇପାରନ୍ତି।rasifalaସିଂହ: ଆଜି ପୂର୍ବାହ୍ଣ ମଧ୍ୟେ ଅନେକ ଶୁଭଫଳ ପାଇବେ। ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ।

ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ। କିନ୍ତୁ ଦିବା ୧୦:୩୪ ଗତେ ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍‌କାର୍ଯ୍ୟରେ ଦାନ କରିପାରନ୍ତି। ଅଯଥା ଖର୍ଚ୍ଚଠାରୁ ଦୂରରେ ରହିବା ଶ୍ରେୟସ୍କର।
rasifalaକନ୍ୟା: କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। କିନ୍ତୁ ଦିବା ୧୦:୩୪ ପର୍ଯ୍ୟନ୍ତ ଘାତଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ତା’ପରେ ଅନେକ ଶୁଭଫଳ ପାଇବେ।

ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ।rasifalaତୁଳା: ପୂର୍ବାହ୍ଣ ମଧ୍ୟେ ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟ ଚିନ୍ତା ଘାରିବ। ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ।

ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। ଦିବା ୧୦:୩୪ ଗତେ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ।rasifalaବିଛା: ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ।

ଦିବା ୧୦:୩୪ ଗତେ ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟ ଚିନ୍ତା ଘାରିବ। ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ।rasifalaଧନୁ: ଆଜି ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ପୂର୍ବାହ୍ଣ ମଧ୍ୟେ ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। କିନ୍ତୁ ଦିବା ୧୦:୩୪ ଗତେ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ।

ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ଇଷ୍ଟ ପରାୟଣ ରହି ସତ୍‌ କାର୍ଯ୍ୟରେ ଲାଗି ରହନ୍ତୁ, ସବୁ ସମସ୍ୟାକୁ ଏଡ଼ାଇପାରିବେ।rasifalaମକର: ଆଜି ଦିନଟି ବହୁତ ଭଲରେ ବିତିବ। ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳତା ମିଳିବ।

ଦିବା ୧୦:୩୪ ଗତେ ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ମନର ଆଶା ପୂରଣ ହେବ। ଅଟକି ରହିଥିବା କାର୍ଯ୍ୟର ସମାଧାନ ହେବ। ତେବେ ବୟସ୍କ ବ୍ୟକ୍ତିମାନେ ଆଣ୍ଠୁ ସମସ୍ୟା ପ୍ରତି ସଜାଗ ରହିବା ଆବଶ୍ୟକ।rasifalaକୁମ୍ଭ: ଆଜି ଦିନଟିରେ ଶୁଭାଶୁଭ ମିଶ୍ରିତ ଫଳ ପାଇବେ। ପୂର୍ବାହ୍ଣ ମଧ୍ୟେ ଦୁଃଖ, ଯାତନା ସହ ମାନସିକ ଉଦ୍‌ବେଗ ଦେଖାଦେଇପାରେ। ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ। ଦିବା ୧୦:୩୪ ଗତେ ଆର୍ଥିକ କାରବାରରେ ଲାଭ ମିଳିବ।

ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। କାର୍ଯ୍ୟରେ ସଫଳତା ମିଳିବ। ମାଲିମକଦ୍ଦମାରେ ବିଜୟୀ ହେବେ। ଶତ୍ରୁମାନେ ପରାଭବ ପାଇବେ। ଦୃଢ଼ ମନୋବଳ ନେଇ ଆଗେଇଚାଲନ୍ତୁ। ଆଗକୁ ଅନେକ ଶୁଭଫଳ ଅପେକ୍ଷା କରିଛି।rasifalaମୀନ: ଦିନଟି ବିଶେଷ ଭଲରେ ବିତି ନ ପାରେ। ସ୍ଵାସ୍ଥ୍ୟ ଓ ମନ ଭଲ ରହି ନ ପାରେ। ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ଦିବା ୧୦:୩୪ ଗତେ ଦୁଃଖ, ଯାତନା ସହ ଉଦ୍‌ବେଗ ଦେଖାଦେଇପାରେ। ତେବେ ସୁଖ ବା ଦୁଃଖ କୌଣସି କିଛି ଜିନିଷ ସ୍ଥିର ନୁହେଁ। ତେଣୁ ଭାବନା ନ କରି ଇଷ୍ଟ ମନନଶୀଳ ରହନ୍ତୁ, ସବୁ ପ୍ରକାର ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ।

(ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।)

Comment