ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦୁଇଥର ଯୋଗ କରିବା ସହ ଜିମ୍‌ ଯାଆନ୍ତି ସେଲିବ୍ରିଟି ଅନୁଷ୍କା ଶର୍ମା। ଏହାସହ ଅନୁଷ୍କା ଜଙ୍କ୍‌ଫୁଡକୁ ନା କୁହନ୍ତି।

ଅନୁଷ୍କା ହେଉଛନ୍ତି ବଲିଉଡର ଜଣେ ଆଗଧାଡ଼ିର ଅଭିନେତ୍ରୀ। ତେବେ ସେଲିବ୍ରିଟି ଅନୁଷ୍କା ତାଙ୍କ ଫିଟନେସ୍‌ ଉପରେ ଅଧକ ଧ୍ୟାନ ଦେଇଥାନ୍ତି। ଏଥିପାଇଁ ସେ ଇଣ୍ଡଷ୍ଟ୍ରୀରେ କ୍ୟୁଟ୍ ଆକ୍ଟ୍ରେସ୍‌ ଭାବେ ପରିଚିତ ହୋଇଛନ୍ତି।

ଅନୁଷ୍କା ଏତେ ଫିଟ ରହିବା ପଛର କାରଣ କଣ ତାକୁନେଇ ଆଲୋଚନା ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ଅନୁଷ୍କା ତାଙ୍କ ଖାଇବା ପିଇବା ଏବଂ ଫିଟ୍‌ ରହିବା ପାଇଁ ଯୋଗାଭ୍ୟାସ ଉପରେ ଅଧିକ ଫୋକସ୍‌ କରିଥାନ୍ତି।BGU

-ଅନୁଷ୍କା ତାଙ୍କ ବ୍ରେକ୍‌ଫାଷ୍ଟରେ ଖାଇଥାନ୍ତି ଦୁଇଟି ସିଝା ଅଣ୍ଡା ଏବଂ ଗୋଟିଏ ଗ୍ଲାସ୍‌ ଫ୍ରୁଟ୍ ଜୁସ୍‌। ଏହାସହ ସେ ଅଣ୍ଡାର କେଶର ଖାଇ ନଥାନ୍ତି

-ଲଞ୍ଚ୍‌ କରିବାର କିଛି ସମୟ ପୂର୍ବରୁ ଅନୁଷ୍କା ଚିଜ୍‌ ଟୋଷ୍ଟ, ଲେମ୍ବୁ ପାଣି କିମ୍ବା ପଇଡ଼ ପାଣି ପିଇଥାନ୍ତି।

-ଲଞ୍ଚ୍‌ରେ ସେ ୨ଟି ରୁଟି, ଡାଲି, ପନିପରିବା ମିଶା ତରକାରୀ ସହ ସାଲାଡ୍ ଖାଇଥାନ୍ତି।

-ଜଙ୍କ୍‌ ଫୁଡ ଖାଇବାକୁ ଅନୁଷ୍କା ସବୁବେଳେ ମନା କରିଥାନ୍ତି। ଜଙ୍କ୍‌ ଫୁଡ ଖାଇଲେ ଦେହ ଅସୁସ୍ଥ ରହିଥାଏ ବୋଲି ଅନୁଷ୍କା କୁହନ୍ତି।

-ଏହାସହ ଅନୁଷ୍କା ଦିନକୁ ଦୁଇ ଥର ଯୋଗାଭ୍ୟାସ କରିଥାନ୍ତି। ପ୍ରତିଦିନ ସକାଳେ ଏବଂ ସୁଟିଂ ସେଟ୍‌ରୁ ଫେରିବା ପରେ ସେ ଯୋଗ କରନ୍ତି।

-ପ୍ରତିଦିନ ଅନୁଷ୍କା ଘରେ ୩୦ ମିନିଟ ଡ୍ୟାନ୍ସ କରିଥାନ୍ତି। ଜିମ୍‌ ଯିବା ସହ ଜଗିଙ୍ଗ ଉପରେ ସେ ଗୁରୁତ୍ୱ ଦିଅନ୍ତି।

Comment